ଗୋଟିଏ ଦିନ ବିଳମ୍ୱରେ ଲାଗିଲା ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା, ୧୧/୦୭: ଶେଷରେ ଗୋଟିଏ ଦିନ ବିଳମ୍ବରେ ଚକଡ଼ାରେ ଲାଗିଲା କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ l ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ରାସ୍ତା ପାର୍ଶ୍ବ ଅସ୍ଥାୟୀ ଦୋକାନ ଉପରକୁ ମାଡିଯାଇ ଥିବାରୁ ରଥ ଟାଣିବାରେ ଗୋଟିଏ ଦିନ ବିଳମ୍ବ ହୋଇଥିଲା l ତେବେ ଆଜି ରଥ ଉପରେ ଶ୍ରୀ ଜୀଉମାନଙ୍କ ନୀତିକାନ୍ତି ପରେ ଦିନ ପ୍ରାୟ ୨ଟାରେ ରଥ ଟଣା ଆରମ୍ଭ ହୋଇଥିଲା l

ଅପରାହ୍ନ ୪ ଟାରେ ରଥ ଚକଡା ଲାଗିଥିଲା l ଆଜି ତିନି ଦିଅଁ ରଥରେ ଅବସ୍ଥାନ କରିବେ l ଆସନ୍ତାକାଲି ରଘୁନାଥ ବେଶ ଓ ଅଧର ପଣା ନୀତି ପରେ ମନ୍ଦିର ପ୍ରବେଶ କରିବେ ବୋଲି ସେବାୟତଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l

nis-ad
Leave A Reply

Your email address will not be published.