ସୁନ୍ଦରଗଡ଼ ଜିଲ୍ଲା ବିଜେପି ର ପରିବର୍ଦ୍ଧିତ ସାଙ୍ଗଠନିକ କାର୍ଯ୍ୟକାରିଣୀ ବୈଠକ…


ସୁନ୍ଦରଗଡ଼ : ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସୁନ୍ଦରଗଡ଼ର ଶଙ୍କରାସ୍ଥିତକଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସଭାପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକକୁ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଯଶବନ୍ତ ନାଏକ ମଞ୍ଚପରିଚାଳନା କରିଥିଲେ ଏବଂ ସାଧାରଣ ସମ୍ପାଦକ ଶ୍ରୀ ସୁଖଲାଲ ମୁଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ବୈଠକ ପ୍ରାରମ୍ଭରେ ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲାର ସଭାପତି ତଥା ତଳସରା ବିଧାୟକ ଭବାନୀ ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ବୈଠକରେ ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଜୁଏଲ ଓରାମ ଯୋଗଦେଇ ତାଙ୍କ ବକ୍ତବ୍ୟରେ କାର୍ଯ୍ୟକର୍ତ୍ତାଙ୍କୁ ନରେନ୍ଦ୍ର ମୋଦୀ ଏପ୍ ମାଧ୍ୟମରେ ଡିଜିଟାଲି ଅପଡେଟ ରହିବାକୁ ପରାମର୍ଶ ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ କାର୍ଯ୍ୟକର୍ତ୍ତାଙ୍କୁ ବୁଥ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ ମାର୍ଗଦର୍ଶନ କରିଥିଲେ । ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ସୁନ୍ଦରଗଡ଼ ବିଧାୟିକା ସୁଷମା ପଟେଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ଅଜୟ ପଟେଲ, ନରସିଂହ ମିଞ୍ଜ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗିରଶ ଚନ୍ଦ୍ର ସାହୁ ପ୍ରମୁଖ ଆଠ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହୋଇଥିବା ବିଭିନ୍ନ ଗରିବ

କଲ୍ୟାଣକାରୀ ଯୋଜନା, ବିଭିନ୍ନ ଐତିହାସିକ ନିଷ୍ପତ୍ତି ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ତୃଣମୂଳ ସ୍ତରରେ ଲୋକଲୋଚନକୁ ଆଣିବା ସହିତ ସ୍ଥାନୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଉଦବୋଧନ ଦେଇଥିଲେ । ସର୍ବଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଅମୀର ନାଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏହା ସର୍ବ ସମ୍ମତିକ୍ରମେ ପାରିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ଜାତୀୟ ପରିଷଦ ସଦସ୍ୟ ପ୍ରେମସାଗର ଓରାମ ସମେତ ରାଜ୍ୟ ମୋର୍ଚ୍ଚା ସଂଯୋଜକ, ଜିଲ୍ଲା ପଦାଧିକାରୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଜିଲ୍ଲା ପ୍ରତିନିଧି, ଜିଲ୍ଲା ମୋର୍ଚ୍ଚା ସଭାପତି, ଜିଲ୍ଲା ମୋର୍ଚ୍ଚା ସାଧାରଣ ସମ୍ପାଦକ, ସୁନ୍ଦରଗଡ଼ ବ୍ଲକ ଅଧ୍ୟକ୍ଷ ,ଟାଙ୍ଗରପାଲି ବ୍ଲକ ଅଧ୍ୟକ୍ଷା, ବଡ଼ଗାଁ ବ୍ଲକ ଉପାଧ୍ୟକ୍ଷା, ସାଂସଦ, ବିଧାୟକ ଓ ବିଧାୟିକା ଙ୍କ ବ୍ଲକ ପ୍ରତିନିଧି , ଜିଲ୍ଲା ପରିଷଦ ପ୍ରାର୍ଥୀ, ସୁନ୍ଦରଗଡ଼ ଓ ରାଜଗାଙ୍ଗପୁର ପୌରପାଳିକାର ନିର୍ବାଚିତ ଓ ପ୍ରାର୍ଥୀ କାଉନସିଲର, ମଣ୍ଡଳ ପ୍ରଭାରୀ, ମଣ୍ଡଳ ସହ ପ୍ରଭାରୀ,ମଣ୍ଡଳ ସଭାପତି, ମଣ୍ଡଳ କାର୍ଯ୍ୟକାରୀ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ , ବିଜେପି ସମର୍ଥିତ ନିର୍ବାଚିତ ସରପଂଚ ଓ ସମିତି ମେମ୍ବର ପ୍ରମୁଖ ଯୋଗଦେଇଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.