ମା’କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି

କୋଲକାତା: ହିନ୍ଦୁମାନଙ୍କର ଆରାଧ୍ୟ ଦେବୀ ମା’ କାଳୀଙ୍କ ଉପରେ ବିବାଦୀୟ ଫିଲ୍ମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିକ୍ରିୟା ଆସିଛି। ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ମହା କାଳୀଙ୍କ ଆଶୀର୍ବାଦ ସର୍ବଦା ଭାରତ ଉପରେ ରହିଛି। ସ୍ୱାମୀ ଅଷ୍ଟମାନନ୍ଦଙ୍କ ଶହେତମ ଜନ୍ମଜୟନ୍ତୀ ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୋଦି। ସ୍ୱାମୀ ଅଷ୍ଟମାନନ୍ଦ ହେଉଛନ୍ତି ରାମକ୍ରିଷ୍ଣ ମଠର ୧୫ତମ ଅଧ୍ୟକ୍ଷ ଥିଲେ। ଏହି ଅବସରେ ମହାନ ସନ୍ଥ ରାମକୃଷ୍ଣ ପରମହଂସଙ୍କୁ ମନେ ପକାଇ ମୋଦି କହିଛନ୍ତି ଯେ, ସ୍ୱାମୀ ରାମକୃଷ୍ଣ ହେଉଛନ୍ତି ଜଣେ ଏମିତି ସନ୍ଥ ଯାହାଙ୍କ ଆଖିରେ ମାକାଳୀଙ୍କ ପ୍ରତିଛବି ପ୍ରତିବିମ୍ବ ହେଉଥିଲା।
ସେହିପରି ମୋଦି ବେଙ୍ଗଲର କାଳୀ ପୂଜା ଏବଂ ସ୍ୱାମୀ ବିବେକାନନ୍ଦଙ୍କକ ମହାତ୍ମ୍ୟ ସମ୍ପର୍କରେ ବଖାଣିଥିଲେ। ଦେବୀ କାଳୀଙ୍କ ପ୍ରତି ବିବେକାନନ୍ଦଙ୍କ ଏତେ ଭକ୍ତି ଥିଲା ଯେ, ସେ ସର୍ବଦା ମାଙ୍କକ ମାଖରେ ଜଣେ ଶିଶୁ ଭଳି ପ୍ରତୀୟମାନ ହେଉଥିଲେ। ମା କାଳୀଙ୍କ ପ୍ରତି ସ୍ୱାମୀ ଅଷ୍ଟାମାନନ୍ଦଙ୍କ ସେମିତି ଭକ୍ତିଭାବ ଥିଲା ବୋଲି ମୋଦି କହିଛନ୍ତି । ଭାରତ ଉପରେ ମା କାଳୀଙ୍କ ଭକ୍ତି ସର୍ବଦା ରହିଛି ବୋଲି ମୋଦି କହଇନ୍ତି। ସୂଚନା ଅନୁଯାୟୀ, ଫିଲ୍ମ ନିର୍ମାତା ଲୀନା ମାଣିମେକାଲିଙ୍କ ପ୍ରାମାଣିକ ଚଳଚ୍ଚିତ୍ର କାଳୀର ବିବାଦୀୟ ପୋଷ୍ଟରକୁ ନେଇ ବିରୋଧ ଜାରି ରହିଛି।
ଫିଲ୍ମ କାଳୀର ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ସ୍ଥାନିତ କରାଯାଇଛି। ଯାହାକୁ ଭାରତରେ ପ୍ରବଳ ବିରୋଧ କରାଯାଇଛି। ଏହି ପୋଷ୍ଟରରେ କାଳୀ ସିଗାରେଟ ପିଉଥିବା ବେଳେ ହାତରେ ଏଲଜିବିଟି କ୍ୟୁ କମ୍ୟୁନିଟିର ପତାକା ରହିଛି। ଏହି ଆପତ୍ତିଜନକ ପୋଷ୍ଟରକୁ ଭାରତର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିବା ବେଳେ ଲିନା ମାଣିମେକାଲିଙ୍କ ନାମରେ ଏକାଧିକ ଏତଲା ରୁଜୁ ହୋଇଛି। ସେହିପରି ଏହି ବିବାଦରରେ ଘିଅ ଢାଳିଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରା। ସେ କହିଛନ୍ତି ଯେ, କାଳୀଙ୍କ ସ୍ୱରୂପକୁ ନିଜ ଢଙ୍ଗରେ ପ୍ରକାଶ କରିବା ପାଇଁ ଜଣେ ନାଗରିକ ପାଖରେ ସ୍ୱାଧୀନତା ରହିଛି। ତାଙ୍କ ହିସାବରେ କାଳୀ ହେଉଛନ୍ତି ମାଂସ ଏବଂ ମଦ୍ୟପାନ କରୁଥିବା ଦେବୀ। ଏହି ବୟାନ ପରେ ମୋହିଆ ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି। ମୋହିଆଙ୍କ ନାମରେ ମଧ୍ୟ ଏକାଧିକ ଏତଲା ରୁଜୁ ହୋଇଛି।

nis-ad
Leave A Reply

Your email address will not be published.