ଏକ ଲକ୍ଷ ଟଙ୍କାର ଇନାମୀ ଥିବା ମାଓବାଦୀ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଜବାନଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଲାଲ ଗଡ଼ କୁହାଯାଉଥିବା ମାଥିଲି ଅଂଚଳର ତୁଳସୀ ପାହାଡ଼ ଜଙ୍ଗଲରେ କୁମିଙ୍ଗ ବେଳେ ଗିରଫ ହେଲା ଏକ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଲଷ୍ମନ ପଡିଆମୀ । ସୂଚନା ମୁତାବକ ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ ମାଓବାଦୀଙ୍କ ଏକ କ୍ୟାମ୍ପ ଥିବା ଜବାନ ମାନେ ଜାଣିବାକୁ ପାଇଥିଲେ । ତେବେ ସୂଚନା ମୁତାବକ ୮ ତାରିଖ ଦିନ ଵି ଏସ ଏଫ ଓ ଏସ ଓ ଜି ପକ୍ଷରୁ ସେହି ଅଞ୍ଚଳ କୁମିଙ୍ଗ କରାଯାଇଥିଲା । କୁମିଙ୍ଗ ସମୟରେ ଜବାନ ମାନଙ୍କ ଦ୍ୱାରା ଏକ ଲକ୍ଷ ଟଙ୍କା ର ଇନାମୀ ମାଓବାଦୀ ଲଷ୍ମନ ପଡିଆମୀ କୁ ଜବାନ ମାନେ ଧରିବାରେ ସଫଳ ହୋଇଥିଲେ । ସେ ଓଡିଶା ଓ ଛତିଶଗଡ଼ ରେ ଅନେକ ମାଓ କାର୍ଯ୍ୟ କଳାପ ରେ ସାମିଲ ଥିଲେ ।

nis-ad
Leave A Reply

Your email address will not be published.