ମମିତା ମେହର ହତ୍ୟା ମାମଲା: ଜେଲ୍‌ରୁ ବାହାରିଲେ ଗୋବିନ୍ଦ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶନିବାର କଣ୍ଟାବାଞ୍ଜି ଜେଲରୁ ବାହାରିଛନ୍ତି। ତାଙ୍କୁ ଏହି ମାମଲାରେ ଶୁକ୍ରବାର ୧୪ ଦିନର ଅନ୍ତରୀଣ ଜାମିନ ମିଳିଥିଲା। ଆଜି ସେ ଜେଲରୁ ମୁକୁଳିଥିବା ବେଳେ ଆସନ୍ତା ୨୨ ତାରିଖରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆତ୍ମସମର୍ପଣ କରିବେ।

ମମିତା ମେହର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନିଜ ସ୍ତ୍ରୀ ଓ ସନ୍ତାନର ଚିକିତ୍ସା କଥା କହି ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଜୁନ ୨୯ରେ ହାଇକୋର୍ଟ ତାଙ୍କୁ ୧୪ ଦିନିଆ ପାଇଁ ଜାମିନ ଦେଇଥିଲେ। ଏହି ଜାମିନ ନିର୍ଦ୍ଦେଶ ପରେ ତାଙ୍କୁ ଶୁକ୍ରବାର ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହଜାର କରାଯାଇଥିଲା।

ଗୋବିନ୍ଦଙ୍କ ସହ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ଜାମିନ କପି ଗୋବିନ୍ଦଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢ଼ୀ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିବା ପରେ ଗୋବିନ୍ଦଙ୍କୁ ୮ଟି ସର୍ତ୍ତ ଓ ୫୦ ହଜାରର ଦୁଇଟି ବଣ୍ଡ ବଳରେ ୧୪ ଦିନ ପାଇଁ ଜାମିନ ଦେଇଥିଲେ। ଆଜି ସେ କଣ୍ଟାବାଞ୍ଜି ଜେଲ୍‌ରୁ ବାହାରିଥିଲେ।

nis-ad
Leave A Reply

Your email address will not be published.