ବିଷାକ୍ତ ସାପ କାମୁଡ଼ାରେ ଦାଦା ପୁତୁରାଙ୍କ ମୃତ୍ୟୁ

ଫୁଲବାଣୀ : ବlଣୀଗୁଚ୍ଛ ଥାନା ଅଞ୍ଚଳ କlଣିପଦର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଗତ କାଲି ରାତିରେ ଶୋଇଥିବା ବେଳେ ସମ୍ପର୍କୀୟ ଦାଦା ଓ ପୁତୁରାଙ୍କୁ ସାପ କାମୁଡିବାରୁ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ପ୍ରକାରେ ଗତକାଲି ରାତିରେ ଦଶପଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ କାଣିପଦର ଅଂଚଳର ଜୀତୁ ଜାନୀ(୨୦),ସିଦ୍ଧାନ୍ତ ଜାନୀ ୧୯ ତାଙ୍କ ଘରେ ଶୋଇଥିବା ବେଳେ ଉଭୟଙ୍କୁ କୌଣସି ବିଷାକ୍ତ ସାପ କାମୁଡି ଥିଲା। ସେମାନଙ୍କୁ ପ୍ରଥମେ ବ୍ରାହ୍ମଣପାଦ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମୁଖ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ଉଭୟଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଫୁଲବାଣୀ ଟାଉନ ଥାନା ପୁଲିସ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଦୁଇଟି ଅପମୃତ୍ୟୁ ମାମଲା ୨୩/୨୦୨୨ ଓ ୨୪/୨୦୨୨ରୁଜୁ କରି ଘଟଣାର ତଦନ୍ତ କରୁଥିବା ସହ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି।

nis-ad
Leave A Reply

Your email address will not be published.