ପ୍ରଦୀପ୍ତ ନାଏକଙ୍କୁ ଭେଟିଲେ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଶୁକ୍ରବାର ଭେଟିଛନ୍ତି। ସେମାନେ ପ୍ରଦୀପ୍ତଙ୍କୁ ଭେଟି ତାଙ୍କ ସାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହିତ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ ପ୍ରଦୀପ୍ତଙ୍କୁ ଏକ ଗୀତା ଉପହାର ଦେଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାନୁଯାୟୀ, କୋଭିଡ୍‌ରେ ସଂକ୍ରମିତ ହୋଇ ପ୍ରଦୀପ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ସାସ୍ଥ୍ୟାବସ୍ଥା ଠିକ ନ ହେବାରୁ ଦିଲ୍ଲୀ ସ୍ଥିତ ମେଦାନ୍ତ ମେଡିସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସୱାସ୍ଥ୍ୟବସ୍ଥାରେ ସୁଧାର ହେବା ପରେ ଗତ ଫେବୃୟାରୀରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାରୁ ଉକ୍ତ ହସ୍ପିଟାଲ ପାଖରେ ଏକ ଭଡା ଘରେ ରହୁଛନ୍ତି।

nis-ad
Leave A Reply

Your email address will not be published.