କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ୮ ଜଣଙ୍କ ନାମ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବହୁ ଚର୍ଚ୍ଚିତ ନୟାଗଡ଼ର କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ଜଣ ଅଭିଯୁକ୍ତ ସମେତ ୯୦୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଯେଉଁଥିରେ ୩୪ ଜଣ ସାକ୍ଷୀ ରାହିଛନ୍ତି ।କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଆସିଥିବା ଏକ ୪ ଜଣିଆ ଟିମ ଆସି ଦାଖଲ କରିଛନ୍ତି ।

ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ , ନିରଞ୍ଜନ ସେଠୀ ,ଝୁନା ଭୋଇ,ପରମେଶ୍ୱର ରାଉତ ,ନିରଞ୍ଜନ ନାୟକ ,ଭାଗ୍ୟଧର ନାୟକ ,କୃଷ୍ଣଚନ୍ଦ୍ର ନାୟକ ଓ ନାବଳକ ବିବେକ ନାୟକ ନାମରେ ୩୬୦,୩୬୩,୩୬୪,୩୦୨,୪୬୫,୪୭୧,୨୦୧,୨୧୨ ୩୪ ipc ଦଫା ଲାଗିଛି। ବିଭିନ୍ନ ଅଭୁଯୁକ୍ତ ବିରୁଦ୍ଧରେ ବିଭିନ୍ନ ଦଫା ଲଗାଇ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

nis-ad
Leave A Reply

Your email address will not be published.