ଥମୁନି ମହାରାଷ୍ଟ୍ର ନେତାଙ୍କ ବିଦ୍ରୋହ: ଶିବସେନା ପରେ ଏବେ ବିଦ୍ରୋହୀ ହେଲେଣି କଂଗ୍ରେସ ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ କନ୍ଦଳ ଥମିବାର ନାମ ନେଉନାହିଁ | ଶିବସେନାରେ ବିଦ୍ରୋହ ପରେ ବର୍ତ୍ତମାନ କଂଗ୍ରେସରେ ବିଦ୍ରୋହ ସାମ୍ନାକୁ ଆସିବାରେ ଲାଗିଛି | କଂଗ୍ରେସର କିଛି ବିଧାୟକ ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ପଛରେ ପକାଇ ମନମୁଖୀ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିବାରେ ଲାଗିଛି | କାରଣ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାଇ ଜଗତାପ ଦଳର ହାଇକମାଣ୍ଡଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ୭ ଜଣ କଂଗ୍ରେସ ବିଧାୟକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ | ଏହି ବିଧାୟକମାନେ ଏମଏଲସି(ବିଧାନପରିଷଦ ସଦସ୍ୟ) ନିର୍ବାଚନରେ ​​କ୍ରସ୍ ଭୋଟିଂରେ ଜଡିତ ଥିବା ଅଭିଯୋଗ ହୋଇଛି।
ଭାଇ ଜଗତାପ କହିଛନ୍ତି ଯେ ଏହି ସାତଜଣଙ୍କ ବ୍ୟତୀତ ରାଜ୍ୟ କଂଗ୍ରେସ ମଧ୍ୟ ୧୧ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଛି, ଯେଉଁମାନେ ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ସମୟରେ ଠିକ୍ ସମୟରେ ପହଞ୍ଚି ନଥିଲେ। ବିଧାନପରିଷଦର ସଦସ୍ୟତା ଶପଥ ଗ୍ରହଣ କରିବା ପରେ ମୁମ୍ବାଇ କଂଗ୍ରେସ ସଭାପତି ଭାଇ ଜଗତାପ ଏହି କଥା କହିଛନ୍ତି। ସେ କହିଛନ୍ତି ମୁଁ ଆଜି ଶପଥ ନେଇଛି। ଯଦି ଚନ୍ଦ୍ରକାନ୍ତ ହଣ୍ଡରେ ମଧ୍ୟ ଆମ ସହ ଜିତିଥାନ୍ତେ ତେବେ ଅଧିକ ଖୁସି ଲାଗିଥାନ୍ତା | ସେ କହିଛନ୍ତି ଯେ ଯଦି କ୍ରସ ଭୋଟିଂ କରୁଥିବା ୭ ଜଣ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ଚନ୍ଦ୍ରକାନ୍ତ ହଣ୍ଡରେଙ୍କୁ ନ୍ୟାୟ ମିଳିବ ନାହିଁ।
ସୂଚନା ଥାଉ କି ଯେ ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ​​କଂଗ୍ରେସ ଦୁଇଜଣ ପ୍ରାର୍ଥୀ ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଚନ୍ଦ୍ରକାନ୍ତ ହଣ୍ଡରେ ଏବଂ ଅନ୍ୟ ଜଣକ ଭାଇ ଜଗତାପ ଥିଲେ | ତେବେ କଂଗ୍ରେସ ଏହାର ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ସେମାନେ ଦୁଇ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବେ । କିନ୍ତୁ ୭ ଜଣ ବିଧାୟକ ଭାଇ ଜଗତାପଙ୍କୁ ଭୋଟ ଦେଇଥିଲେ ବି ଚନ୍ଦ୍ରକାନ୍ତ ହଣ୍ଡରେଙ୍କୁ ଭୋଟ ଦେଇନଥିଲେ | ଏହି ବିଧାୟକମାନେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଣଦେଖା କରି କ୍ରସ ଭୋଟିଂ କରିଥିବାରୁ ଚନ୍ଦ୍ରକାନ୍ତ ହଣ୍ଡରେ ନିର୍ବାଚନରେ ​​ହାରିଯାଇଥିଲେ |

nis-ad
Leave A Reply

Your email address will not be published.