ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆଇଏଏସ ଅଫିସର ନିଲମ୍ବିତ  

ରାଞ୍ଚି: ମହଙ୍ଗା ପଡ଼ିଲା ଯୌନ ନିର୍ଯାତନା। ଜଣେ ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଆଇଏଏସ ଅଫିସରଙ୍କୁ ଝାଡ଼ଖଣ୍ଡ ସରକାର ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଅଫିସର ଜଣକ ହେଉଛନ୍ତି ସଇଦ୍‌ ରିଆଜ ଅହହମ୍ମଦ। ଖାଲି ସେତିକି ନୁହଁ ସଇଦ୍‌ ରିଆଜଙ୍କୁ ପୁଲିସ ଗିରଫ ମଧ୍ୟ କରିଛି। ଝାଡ଼ଖଣ୍ଡ ଖୁଣ୍ଟି ଇଲାକାରେ ଅହମ୍ମଦ ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ଥିଲେ। ମଙ୍ଗଳବାର ତାଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜଣେ ଇଞ୍ଜିନିୟର ଛାତ୍ରୀଙ୍କୁ ଅହମ୍ମଦ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରିଥିଲା ।
ଅଭିଯୋଗର ୨ ସପ୍ତାହ ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ତାଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅହମ୍ମଦଙ୍କ ବିରୋଧରେ ଆଇପିସି ଧାରା ୩୫୪, ୩୫୪ ଏ ଏବଂ ୫୦୯ରେ ଦଫା ରୁଜୁ ହୋଇଛି। ଗିରଫ ପରେ ଅହମ୍ମଦଙ୍କୁ କୋର୍ଟରେ ହାଜାର କରାଯାଇଥିଲା। କୋର୍ଟ ତାଙ୍କର ଜାମିନ ଖାରଜ୍ କରିବା ସହ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ପୀଡ଼ିତାଙ୍କ ସମେତ ଆଇଆଇଟିର ୮ ଜଣ ଇଞ୍ଜିନିୟରିଂ ଛାତ୍ର ଖୁଣ୍ଟିକୁ ଟ୍ରେନିଂ ପାଇଁ ଆସିଥିଲେ। ଏମାନେ ରାଜ୍ୟ ବାହାରୁ ଆସିଥିଲେ।
ଏହି ଛାତ୍ରଛାତ୍ରୀମାନଙ୍କ ପାଇଁ ଡେପୁଟି ଉନ୍ନୟନ କମିଶନର ଡିନର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ପାର୍ଟିରେ ପୀଡ଼ିତାଙ୍କୁ ଏକୁଟିଆ ପାଇ ତାଙ୍କୁ ଆଇଏଏସ ଅଫିସର ଅହମ୍ମଦ ଅଶାଳୀନ ବ୍ୟବହାର କରିଥିଲେ। ଏନେଇ ଛାତ୍ରୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ଅହମ୍ମଦଙ୍କୁ ଜେରା କରିବା ପରେ ତାଙ୍କୁ ଗିରଫ କରିଛି।

nis-ad
Leave A Reply

Your email address will not be published.