ମଦ ପିଇ ଜଗଡା କରିବା ଅଭିଯୋଗରେ ସାତ ଗିରଫ

ଗୋପାଳପୁର : ଜନ୍ମଦିନ ପାଳନକରିବା ବେଳେ ମଦ ପିଇ ଜଗଡା କରିବା ଅଭିଯୋଗରେ ଦୁଇ ଗୋଷ୍ଠୀର ସାତଜଣକୁ ବାନ୍ଧି ଜେଲ ପଠାଇଛି ଗୋପାଳପୁର ଥାନା ପୋଲିସ । ସୂଚନା ମୁତାବକ ନିମଖଣ୍ଡି ଗ୍ରାମର ପ୍ରଭାତ ତିଆଡି ନିଜ ଜନ୍ମଦିନ ଗତ ଚାରି ତାରିଖ ସଂଧ୍ୟା ୭ବେଳେ ନିଜ ବନ୍ଧୁ ଓଆର୍ଟି କଲୋନୀର ସାଗର ପଣ୍ଡା, ସଦର ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ସିପୁନ ଓରଫ କିରଣ କୁମାର ଜେନା, ରୁଦ୍ର ବିଶୋଇ ସହିତ ମିଶି ପଥରା ସ୍ଥିତ ଠିପି ବନ୍ଦ ମଦ ଦୋକାନ ଠାରେ।ଏହି ସମୟରେ ନିମଖଣ୍ଡି ଗ୍ରାମର ଜଗନ୍ନାଥ ବାରିକ,ଅମର ନାଥ ବାରିକ ଏବଂ ରୋସନ କୁମାର ସାହୁ ଉକ୍ତ ମଦ ଦୋକାନ ନିକଟରେ ମଦ୍ୟପାନ କରୁଥିଲେ।ଏହି ସମୟରେ ଜଗନ୍ନାଥ ବାରିକଙ୍କ ହାତ କିପରି ଜଳିଗଲା ବୋଲି ସାଗର ପଣ୍ଡା ପ୍ରଭାତ ତିଆଡି ପ୍ରଶ୍ନ କରିଥିଲେ।ଏହିକୁ ନେଇ ଜଗନ୍ନାଥ ବାରିକ ଏବଂ ଅମରନାଥ ବାରିକ ପ୍ରଭାତ ତିଆଡି ଙ୍କୁ ଗାଳିଗୁଲଜ କରିଥିଲେ।ଫଳରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ହତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା।ଉଭୟ ଗୋଷ୍ଠୀ ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ପରିସ୍ଥିତି ଭୟଙ୍କର ରୁପ ନେଇଥିଲା।ପରସ୍ପର ମଧ୍ୟରେ ମାଡ଼ ମରାମରି ହୋଇଥିଲେ।ସେଠାରେ ଉପସ୍ଥିତ ଲୋକମାନେ ଉଭୟ ଗୋଷ୍ଠୀକୁ ଛଡ଼ାଇ ଥିଲେ।ଏହି ଝଗଡ଼ା ରେ ସାଗର ପଣ୍ଡାଏବଂ ଅନ୍ୟ ଗୋଷ୍ଠୀର ଜଗନ୍ନାଥ ବାରିକ ଆହତ ହୋଇଥିଲେ।ଏନେଇ ସାଗର ପଣ୍ଡା ଏବଂ ଜଗନ୍ନାଥ ବାରିକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସଅଭିଯୋଗ କୁ ଭିତ୍ତିକରି ଘଟଣାର ତଦନ୍ତ କରିବା ସହିତ ଉଭୟ ଗୋଷ୍ଠୀର ସଦସ୍ୟଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।ତେବେ ଗୋଟାଏ ଠିପି ବନ୍ଦ ମଦ ଦୋକାନରେ କିଭଳି ଭାବେ ମଦ୍ୟପାନ ହେଉଛି ଏବଂ ଯାହା ଫଳରେ ଏଭଳି ଅପରାଧ ମାନ ଘଟୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ପୋଲିସ କାହିଁକି ଏଭଳି ବେଆଇନ ଭାବେ ସର୍ବସାଧାରଣଙ୍କ ସ୍ଥାନରେ ମଦ୍ୟପାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ତାହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

nis-ad
Leave A Reply

Your email address will not be published.