୧୧୨ ଗ୍ରାମ ବ୍ରାଉନ୍ ସୁଗର ଜବତ

ବ୍ରହ୍ମପୁର : ଗୁଇନ୍ଦା ବିଭାଗ ପକ୍ଷରୁ ଗୋଦାବରିଶ ନଗର ଠାରେ ଚଢ଼ାଉ କରାଯାଇ ୧୧୨ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି ।ଏହି ସଂକ୍ରାନ୍ତରେ ଗୋଦାବରିଶ ନଗର ଦ୍ୱିତୀୟଲାଇନର ସନ୍ଧିପ ଅଗ୍ରୱାଲଙ୍କୁ ଗିରଫ କରିଛି ପୋଲିସ । ସେ କିଛି ଦିନ ହେଲା ଭୁବନେଶ୍ୱରରୁ ବ୍ରାଉନ୍ ସୁଗର ଆଣି ଏଠାରେ ବ୍ୟବସାୟ କରୁଥିବ ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ଏକ ଡେ଼ପୁଟି ସୁପ୍ରିଟେଣ୍ଡେଣ୍ଟ କୁବେର ସେଠି ଏବଂ ଗୁଇନ୍ଦା ଥାନା ଅଧିକାରୀ ହୃଦୟଚନ୍ଦ୍ର ସାମନ୍ତ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସନ୍ଧିପଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ସେ ଆଜି ସକାଳ ୮.୩୦ ସମୟରେ ଗୋଦାବରୀଶ ନଗର ରେ ଏକ ସ୍କୁଟିର ଡିକିରେ ଏକ ପ୍ଲାଷ୍ଟିକ ଡବାରେ ବ୍ରାଉନ୍ ସୁଗରକୁ ରଖି ବିକ୍ରିକରିବାକୁ ରହିଥିବା ବେଳେ ଗୁଇନ୍ଦା ବିଭାଗ ପୋଲିସ ତାକୁ କାବୁ କରିନେଇଥିଲେ।ଅଭିଯୁକ୍ତ ଜଣକ ଏହି ବ୍ରାଉନ ସୁଗର ଭୁବନେଶ୍ୱର ରୁ ଆଣି ବ୍ରହ୍ମପୁର ରେ ବିକ୍ରି କରୁଥିବା ଅବକାରୀ ଡେପୁଟି କମିସିନର ଅଶୋକ ଶତପଥୀ ସୂଚନା ଦେଇଛନ୍ତି।ଜବତ ବ୍ରାଉନ ସୁଗର ଆନୁମାନିକ ମୂଲ୍ୟ୧୨ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ତେବେ ଏହି ବେଆଇନ ବ୍ୟବସାୟ ରେ କିଏ କିଏ ରହିଛନ୍ତି ଏବଂ ଅଭିଯୁକ୍ତ ଜଣକ ଏହା କେଉଁଠାରୁ ଆଣୁଥିଲା ତାହାର ତଦନ୍ତ କରୁଛି ଅବକାରୀ ପୋଲିସ।

nis-ad
Leave A Reply

Your email address will not be published.