ଗୀତା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୬/୭) ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ଭବନ ପରିସରରେ ରାଧାକୃଷ୍ଣ ପ୍ରାସାଦ ଜୀର୍ଣୋଦ୍ଧାର ଶ୍ରୀ ରାମ ଦୂତ ହନୁମାନ ମନ୍ଦିର ଓ ସାଇ ନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତ ଶନିବାର ୫ ଦିନ ଧରି ଜାରି ରହିଥିବା ଏହି ପ୍ରତିଷ୍ଠା ଉତ୍ସବ ଵୁଧବାର ଶେଷ ହୋଇଛି। ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଶ୍ରୀ ସଙ୍କର୍ଷଣ ପାଠୀ (ନନ୍ଦିକ) ଓ ପଣ୍ଡିତ ଶ୍ରୀ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ ଶାସନ )ପୁରୋହିତ ରେ ମହାଆଡମ୍ଵର ସହକାରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ ୨।୭ରିଖ ଶନିବାର ପ୍ରାତଃ ଶ୍ରଦ୍ଧାଳୁ ଗାଁ ମହିଳାଙ୍କ ଦ୍ବାରା କଳସ ଯାତ୍ରା, ଅଙ୍କୁରାରୋପଣ ଓ ଦୀକ୍ଷା ଗ୍ରହଣ ହୋଈଥିଲା ୩।୭ତାରିଖ ରବିବାର ଵନଯାଗ, ରତ୍ନମୁଦ,ମଣ୍ଡଳକରଣ ଓ ନାମଯଜ୍ଞ ୪।୭ ତାରିଖ ସୋମବାର ରେ କର୍ମାରମ୍ଭ, ଶାଲାସଂସ୍କାର,ଅଗ୍ନିସ୍ଥାପନ,ଧାନ୍ୟାଧିବାସ ୫।୭ତାରିଖ ମଙ୍ଗଳବାରରେ ଦେବତାଧିବାସ, ମହାସ୍ନାନ,ରାତ୍ରଜିଵନ୍ୟାସ ୬।୭ ତାରିଖ ଵୁଧବାର ରେ ନଗର ପରିକ୍ରମା, ସୀଂହାସନ ଆରୋହଣ,ଧ୍ଵଜଭ୍ରମଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ପୂର୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ପ୍ରତିଷ୍ଠା ଉତ୍ସବରେ କର୍ତାଭାବେ ଶ୍ରୀରାମ ନଗରର ବିଶ୍ବନାଥ ସାହୁ ରହି ସହଯୋଗ କରିଥିଲେ। ଗୀତା ମନ୍ଦିର ସମ୍ପାଦକପ୍ରଦିପପଟ୍ଟନାୟକ, ପ୍ୟାରୀମୋହନ ପାଢି,କିରଣ କୁମାର ପଟ୍ଟନାୟକ,ରଵି ପଟ୍ଟନାୟକ,ଵୁଢା ପଟ୍ଟନାୟକ,ସନ୍ତୋଷପାଣିଗ୍ରାହୀ,ପ୍ରଦ୍ବୁନ୍ମ ମହାପାତ୍ର,ରାଜେନ୍ଦ୍ର ପାଢି,ସୁବାସ ସାହୁ,ରାମକୃଷ୍ଟ ସାହୁ,ଓ ଗୀତା ମନ୍ଦିର ସଂଙ୍କିର୍ତନଦଳସହଆଙ୍କୋରଡା,ପଟ୍ଟନାୟକ କଲୋନି , ଶ୍ରୀରାମ ନଗର ସାହି ବାସିନ୍ଦା ଓ ଗୀତାମନ୍ଦିର ସାହି ବାସିନ୍ଦା ଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ତଦାରଖ କରୁଥିଲେ ।

nis-ad
Leave A Reply

Your email address will not be published.