୭୨% ମାର୍କ ରଖି ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୭୨ ଶତକଡା ମାର୍କ ରଖି ମାଟ୍ରିକ୍ ପାସ୍ କଲେ । ବିଧାୟକ କହଁର ୫୦୦ ମାର୍କରୁ ୩୬୪ ମାର୍କ ରଖି ବି-୧ ଗ୍ରେଡ଼ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଯାହାକି ମୋଟ ମାର୍କର  ୭୨ ପ୍ରତିଶତ । ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍ ପରୀକ୍ଷା ଦେଇ ଥିଲେ ।ମାଟ୍ରିକ୍ ପରୀକ୍ଷାରେ ପାସ୍ ହେବା ପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏଥିସହ ସେ ପରୀକ୍ଷା ଦେଇଥିବା ରୁଜାଙ୍ଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ବାସା ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରି ରଖିବେ ବୋଲି କହିଛନ୍ତି । ପାସ୍ ହେବା ପରେ ବିଧାୟକ କହଁର ସାଙ୍ଗସାଥି,ଦଳୀୟ କର୍ମୀ, ପରିବାର ଲୋକଙ୍କ ମଧରେ ଖୁସିର ଲହରୀ ଖେଳି ଯାଇଛି ।

nis-ad
Leave A Reply

Your email address will not be published.