ଆସାମ ବନ୍ୟା ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗୌହାଟୀ : କିଛି ଦିନ ତଳେ ଶିବସେନାର ବିଦ୍ରୋହୀ ବିଧାୟକ ରହୁଥିବା କାରଣରୁ ଆସାମ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । ସେତେବେଳେ ହିଁ ଆସାମରେ ଚାଲିଥିବା ବନ୍ୟା ପରିସ୍ଥିତି ଚର୍ଚ୍ଚାକୁ ଆସିଥିଲା ।
କିନ୍ତୁ ଆସାମର ସିଲଚରଠାରେ ଦେଖାଦେଇଥିବା ପ୍ରବଳ ବନ୍ୟା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ଆଭାସ ମିଳିଛି । କିଛି ଲୋକ ବାରାକ ନଦୀର ତଟବନ୍ଧକୁ ଭାଙ୍ଗିଦେବାରୁ ଏହି ବନ୍ୟା ହୋଇଥିବା ଜଣାପଡ଼ିଛି । ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମିଥୁ ହୁସେନ ଲସକର ଓ କାବୁଲ ଖାଁ । ସେମାନଙ୍କୁ ଆସାମର କାସର ଜିଲ୍ଲାରୁ ଗିରଫ କରାଯାଇଛି ବୋଲି ଜିଲ୍ଲାର ଏସପି ରମଣଦୀପ କୌର ସୂଚନା ଦେଇଛନ୍ତି । ଏ ନେଇ ପୁଲିସର ତଦନ୍ତ ଜାରି ରହିଥିବାରୁ ସେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏହି ଘଟଣାରେ ମୋଟ ୬ ଜଣ ଲୋକ ସଂପୃକ୍ତ ଥିବା ଓ ସେମାନଙ୍କୁ ଚିହ୍ନଟ କରାଯାଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗତ ଜୁଲାଇ ୧ରେ ଘୋଷଣା କରିଥିଲେ । ଏହି ଲୋକମାନେ ବେଠୁକାଣ୍ଡିଠାରେ ଥିବା ନଦୀର ତଟବନ୍ଧକୁ କାଟିଦେଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବନ୍ୟା ମନୁଷ୍ୟକୃତ ଓ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବ । ଆସାମ ସରକାର ଏହି ଘଟଣାର ତଦନ୍ତ ଦାୟିତ୍ବ ସିଆଇଡିକୁ ପ୍ରଦାନ କରିଛନ୍ତି ।

nis-ad
Leave A Reply

Your email address will not be published.