ବିଜେବି ଛାତ୍ରୀ ଆତ୍ମହତ୍ୟା ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ । ମାମଲା ରୁଜୁ କରି ଟୁଇନ ସିଟି ପୋଲିସ କମିଶନରଙ୍କୁ ନୋଟିସ କରିଛନ୍ତି । ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିବାକୁ ଡେଡଲାଇନ ଦେଇଛନ୍ତି କମିଶନ ।

୧୯ ତାରିଖ ସୁଧା ପୋଲିସ କମିଶନର ତଦନ୍ତ ରିପୋର୍ଟ ରାଜ୍ୟ ମାନବାଧିକାର କମିଶନଙ୍କ ଠାରେ ଦାଖଲ କରିବକୁ ନିର୍ଦ୍ଦେଶ କରିଛନ୍ତି କମିଶନ । ଜୁଲାଇ ୧୯ ତାରିଖରେ ରାଜ୍ୟ ମାନବାଧିକାର କମିଶନ ଘଟଣାର ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ଜଣାଯାଇଛି । ପାଇଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି ।

nis-ad
Leave A Reply

Your email address will not be published.