ରାଜ୍ୟରେ ଖାଲିପଡିଛି ୨ ଲକ୍ଷ ୨୬ ହଜାର ୫୫୯ ପଦବୀ

ଭୁବନେଶ୍ବର: ଖାଲିପଡିଛି ୨ ଲକ୍ଷ ୨୬ ହଜାର ୫୫୯ ପଦବୀ । ରାଜ୍ୟର ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ ପଦବୀ ଖାଲି ପଡିଛି । ବିଧାନସଭାରେ ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଛନ୍ତି । ରାଜ୍ୟରେ ବର୍ତ୍ତମାନ ଗ୍ରୁପ ଏରେ ୧୨,୩୩୭, ଗ୍ରୁପ ବିରେ ୪୫,୯୬୯ ପଦବୀ ରାଜ୍ୟରେ ଖାଲିରହିଛି ।

ସେହିଭଳି ଗ୍ରୁପ ସିରେ ୧ ଲକ୍ଷ ୧୩ ହଜାର ୫୩୬ ପଦବୀ ଖାଲିଥିବା ବେଳେ ଗ୍ରୁପ ଡିରେ ୩୫ ହଜାର ୯୮ ଏବଂ ଗ୍ରୁପ ଡିପ୍ଲସରେ ୨୦ ହଜାର ୬୯୪ ପଦ ଖାଲି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ରଖିଛନ୍ତି ।

nis-ad
Leave A Reply

Your email address will not be published.