ଦାଦନ ଖଟିବାକୁ ଯାଇ ଗାଁକୁ ଫେରିବା ସମୟରେ ଅଧାବାଟରୁ ନିରୁଦ୍ଦିଷ୍ଟ

ଦାରିଙ୍ଗବାଡ଼ି, (୩/୭) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ସ୍ଥାନୀୟ ମାରିଆ ପଲ୍ଲୀ ସାହିର ରାଜେନ୍ଦ୍ର ଦନା ବିଶୋଇ ଶୁକ୍ରବାର ଠାରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ଶ୍ରୀ ଦନା ବିଶୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଘରକୁ ଫେରୁ ଥିଲେ। ସେ ତାମିଲନାଡୁ ର କୈମଧୁର ଷ୍ଟେସନ ରୁ ଟ୍ରେନ ଯୋଗେ ବିଜୟ ୱାଡା ପର୍ଯ୍ୟନ୍ତ ଆସିଥିଲେ ପରେ ସେଠାରୁ ଦିନ ୧୨ଘଣ୍ଟା ସମୟରେ ଅନ୍ୟ ଏକ ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବାର ଥିଲା। ଏହି ସମୟରେ ତାଙ୍କ ସ୍ତ୍ରୀ ସେଲିନା ଦନା ବିଶୋଇ ଙ୍କ ସହ ଫୋନ ଯୋଗାଯୋଗ ହୋଇଥିଲା। ସେ ରାତ୍ରୀ ୧୦ଘଣ୍ଟା ରେ ବ୍ରହ୍ମପୁର ଷ୍ଟେସନ ରେ ପହଞ୍ଚିବେ ବୋଲି କହିଥିଲେ। ରାଜେନ୍ଦ୍ର ଙ୍କ ଦେହ ଖରାପ ଥିବାରୁ ତାଙ୍କ ସ୍ତ୍ରୀ ବ୍ରହ୍ମପୁର ଷ୍ଟେସନ କୁ ଯାଇ ସ୍ଵାମୀ ଙ୍କ ଆସିବା ବାଟକୁ ଚାହିଁ ବସିଥିଲେ । ବାରମ୍ବାର ସ୍ୱାମୀ ଙ୍କ ମୋବାଇଲ କୁ ଫୋନ କରିଥିଲେ ବି ତାଙ୍କ ଫୋନ ସ୍ୱିଚ ଅଫ ଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଣୁ ରାଜେନ୍ଦ୍ର ଙ୍କ ସ୍ତ୍ରୀ ବାଧ୍ୟ ହୋଇ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ଙ୍କ ବୟସ ପ୍ରାୟ ୩୫ ବର୍ଷ ,ଉଚ୍ଚତା ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ, ହେହର ରଙ୍ଗ ଶ୍ୟାମଳ, ସେ ବାହାରିବା ସମୟରେ ହଳଦିଆ ରଙ୍ଗର ସାର୍ଟ ଓ କଳା ରଙ୍ଗର ପେଣ୍ଟ ପିନ୍ଧିଥିଲେ। ସେ 7387003234 ମୋବାଇଲ ନଂ ବ୍ୟବହାର କରୁଥିଲେ। ଏଣୁ ଯେକୌଣସି ବ୍ୟକ୍ତି ରାଜେନ୍ଦ୍ର ଙ୍କ ସନ୍ଧାନ ପାନ୍ତି ତେବେ ସ୍ଥାନୀୟ ପୋଲିସ ଷ୍ଟେସନ ରେ କିମ୍ବା ତାଙ୍କ ପରିବାରର 8895881850 ନଂ କୁ ଯୋଗାଯୋଗ କରି ସୂଚନା ଦେବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି।

nis-ad
Leave A Reply

Your email address will not be published.