ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଅର୍ଜୁନ

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଜା°ଗିରିଆ ସାହୀ ନିକଟ ଚିଲିପଦର ଜ°ଗଲରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉକ୍ତ ସାହୀ ନିବାସୀ ଅର୍ଜୁନ ଛତରଲିଆ,ପି-ସନୀଆ,ବୟସ-୪୬ ଆଜି ସକାଳେ ନିଜ ଘରପାଇଁ କିଛି ମେଢା ସ°ଗ୍ରହ ନିମନ୍ତେ ନିକଟସ୍ଥ ଚିଲିପଦର ଜ°ଗଲକୁ ଯାଇଥିଲେ ଓ ଏହି ସମୟରେ ହଠାତ ଏକ ଭାଲୁ ସହ ତାଙ୍କର ସାମନା ସାମନି ହୋଇଥିଲା। କିନ୍ତୁ ଅର୍ଜୁନ ଅନ୍ୟ ଉପାୟ ନପାଇ ନିଜ ଟା°ଗିଆ ରେ ଭାଲୁକୁ ଏକ ଶକ୍ତ ପ୍ରହାର କରିଥିଲେ । ଇତି ମଧ୍ୟରେ ଭାଲୁଟି ମଧ୍ୟ ନିଜର ନଖଦ୍ୱ।ରା ଅର୍ଜୁନ ର ମୁହଁ, ଛାତି ଓ ଜ°ଘରେ ସାମାନ୍ୟ ଆଘାତ ଦେଇଥିଲା କିନ୍ତୁ ଅର୍ଜୁନ ସୈଭାଗ୍ୟ ବସତଃ ନିଜ ପ୍ରାଣ ବ°ଚାଇ ସେଠାରୁ ଧାଇଁ ପଳାଇ ଯାଇଥିଲେ । କିଛି ବଦାନ୍ୟ ବ୍ୟକ୍ତି ଓ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ନିକଟକୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଯେଉଁଠି ଅର୍ଜୁନଙ୍କ ପ୍ରାଥମିକ ଚିକିତ୍ସା ହୋଇଥିଲା ଓ ଟିକିଏ ସୁସ୍ଥ ଅନୁଭବ କଲାପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଥିଲେ ଓ ମିଳିଥିବା ସୂଚନା ମୁତାବକ ସେ ସୁସ୍ଥ ଥିବାର ପରିବାର ଲୋକେ କହିଛନ୍ତି । ମାତ୍ର ଏହି ଘଟଣା ସମସ୍ତଙ୍କ ମନଭିତରେ ଆତଙ୍କ ଓ ଭୟର ବାତାବରଣ ଖେଳାଇ ଦେଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଉକ୍ତ ଘଟଣାରେ ସ୍ଥାନୀୟ ବନବିଭାଗ କି ପଦକ୍ଷେପ ନେଉଛି ।

nis-ad
Leave A Reply

Your email address will not be published.