ବର୍ଷ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ

ଭୁବନେଶ୍ୱର : ବର୍ଷ ୨୦୨୨-୨୩ ପାଇଁ ଓଡ଼ିଶା ବିଧାନସଭାରେ ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର।

ଏଥିରେ କୃଷି ପାଇଁ ମୋଟ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଆଗତ ହୋଇଛି ।

  • ସ୍ୱାସ୍ଥ୍ୟ ସେବା ପାଇଁ-୧୨,୬୨୪ କୋଟି ଟଙ୍କା
  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ -୨୭,୩୨୪ କୋଟି ଟଙ୍କା
  • ପାଇପ୍‌ ଜଳ ପାଇଁ -୮,୩୮୯ କୋଟି ଟଙ୍କା
  • ଅନୁସୂଚିତ ଜାତି ଓ ଜନଜାତି ବିକାଶ ପାଇଁ -୩୨,୫୯୬ କୋଟି ଟଙ୍କା
  • କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ -୨୧,୧୬୬କଟି ଟଙ୍କା
  • ଧାର୍ମିକ ଓ ସାଂସ୍କୃତିକ ସ୍ଥଳ ପାଇଁ -୧,୯୫୦ କୋଟି ଟଙ୍କା
  • ରାସ୍ତା ଭିତ୍ତିଭୂମି ପାଇଁ -୧୪,୪୫୪ କୋଟି ଟଙ୍କା
  • କ୍ରୀଡା ବିକାଶ ପାଇଁ -୯୧୧କୋଟି ଟଙ୍କା
  • ସହରାଞ୍ଚଳ ବିକାଳ ପାଇଁ -୭,୨୫୧ କୋଟି ଟଙ୍କା
  • ଗୃହ ନିର୍ମାଣ ପାଇଁ – ୬,୫୦୦ କୋଟି ଟଙ୍କା
  • ମିଶନ ଶକ୍ତି ଓ ମହିଳା ଏବଂ ଶିଶୁ ବିକାଶ ପାଇଁ – ୫,୫୬୭କୋଟି ଟଙ୍କା
  • ଶକ୍ତି କ୍ଷେତ୍ର ପାଇଁ ୩,୪୭୯ କୋଟି ଟଙ୍କା
  • ଶିଳ୍ପ ଓ MSME ପାଇଁ -୧,୨୬୯ କୋଟି ଟଙ୍କା
  • ଆଭ୍ୟନ୍ତରୀଣ ସୁରକ୍ଷା ଓ ନ୍ୟାୟ ପାଇଁ -୭,୫୫୧ କୋଟି ଟଙ୍କା
  • ବିପର୍ଯ୍ୟୟ ବିପଦ ପରିଚାଳନା ପାଇଁ – ୩,୨୬୨ କୋଟି ଟଙ୍କା
  • ସ୍ଥାନୀୟ ନିକାୟ ସଂସ୍ଥା ମାନଙ୍କୁ ହସ୍ତାନ୍ତର ପାଇଁ ୭,୨୦୦କୋଟି ଟଙ୍କା
nis-ad
Leave A Reply

Your email address will not be published.