ସମୁଦ୍ରରେ ଗାଧୋଉଥିବା ବେଳେ ବଜ୍ରପାତରେ ୨ ସାଙ୍ଗଙ୍କ ମୃତ୍ୟୁ

ଭୋଗରାଇ: ଦୀଘା ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ। ବଜ୍ରପାତ ହେବାରୁ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଏଥିସହ ୪ ଜଣ ଗୁରତର ହୋଇଛନ୍ତି। ମୃତକ ୨ ଜଣ ହେଲେ ସଂଗ୍ରାମ ପାଳ ଓ ଶୁଭଜିତ ପାଳ।

ରଥଯାତ୍ରା ଅବସରରେ କଲିକତାରୁ ୬ ଜଣ ସାଙ୍ଗ ଦୀଘା ବୁଲିବାକୁ ଆସିଥିଲେ। ସେମାନେ ଦୀଘା ଖଣିକା ଘାଟରେ ଗାଧୋଉ ଥିଲାବେଳେ ହଠାତ ଝିପି ଝିପି ବର୍ଷା ସହ ବଜ୍ରପାତ ହୋଇଥିଲା ।

୪ ଜଣ ଗାଧୋଇ ଉପରକୁ ଆସିଥିଲେ । ଅନ୍ୟ ୨ ଜଣ ଗାଧୋଉଥିବା ବେଳେ ହଠାତ ବଜ୍ରପାତ ହେବାରୁ ସେଠାରେ ଦୁଇ ବନ୍ଧୁ ସଂଗ୍ରାମ ପାଳ ଓ ଶୁଭଜିତ ପାଳ ସେଠାରେ ଟଳି ପଡ଼ିଥିଲେ । ଅନ୍ୟମାନେ ଘଟଣାସ୍ଥଳ​‌େ​‌ ଅଚେତ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଦିଘା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସଂଗ୍ରାମ ଓ ଶୁଭଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ହାଲିସହର ର ବାସିନ୍ଦା ଓ ଆଉଜଣେ ନଦିଆ ଜିଲ୍ଲା ର କଲ୍ୟାଣୀ ଗ୍ରାମର ବାସିନ୍ଦା ।

nis-ad
Leave A Reply

Your email address will not be published.