ମହାରାଷ୍ଟ୍ରରେ ଉଦୟପୁର ଘଟଣାର ପୁନରାବୃତ୍ତି, ଏଥର ଶିକାର ଔଷଧ ଦୋକାନୀ

ମୁମ୍ବାଇ: ପୁଣି ସାମ୍ନାକୁ ଆସିଲା ରାଜସ୍ଥାନର ଉଦୟପୁର ଭଳି ନୃଶଂସ ହତ୍ୟାକାଣ୍ଡର ଚିତ୍ର।। ମହାରାଷ୍ଟ୍ରର ଅମରାବତୀରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘଟଣାଟି ଉଦୟପୁର ପୂର୍ବରୁ ଘଟିଥିଲେ ମଧ୍ୟ ସମାନ ପ୍ରକାର ଷଡ଼ଯନ୍ତ୍ର ଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ରର ଜଣେ ଔଷଧ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଉମେଶ ପ୍ରହଲ୍ଲାଦ କୋହ୍ଲେ। ଗତ ଜୁନ୍‌ ୨୧ ତାରିଖରେ ତାଙ୍କ ଗଳାକାଟି ହତ୍ୟା କରାଯାଇଛି। ଏହାର ସପ୍ତାହ ପୂର୍ବରୁ ରାଜସ୍ଥାନର ଉଦୟପୁରରେ ୨ ଜଣ ଆତଙ୍କବାଦୀ କହ୍ନେୟାଲାଲଙ୍କୁ ଗଳା କାଟି ହତ୍ୟା କରିଥିଲେ।
ତେବେ ଉମେଶଙ୍କ ଘଟଣାରେ ଜଣେ ସ୍ଥାନୀୟ ବିଜେପି ନେତା ଥାନାରେ ଅଭିଯୋଗ କରିଛନ୍ତି। ରାଜସ୍ଥାନ ଭଳି ଉମେଶଙ୍କୁ ମଧ୍ୟ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ୬ ଜଣଙ୍କ ନାମରେ ଏତଲା ରୁଜୁ କରିଛି। ଅମରାବତୀ ସହରରେ କୋହ୍ଲେ ଏକ ମେଡିକାଲ ଷ୍ଟୋର ଚଳାନ୍ତି। ନୂପୁର ଶର୍ମାଙ୍କୁ ସମର୍ଥନ କରି ଉମେଶ କେତେକ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଏକ ପୋଷ୍ଟ ସେୟାର କରିଥିଲେ। ତେବେ ସେ ଭୁଲବସତଃ ସେଇ ପୋଷ୍ଟଟି କେତେକ ଗ୍ରୁପରେ ପୋଷ୍ଟ କରିଥିଲେ, ଯେଉଁଥିରେ କିଛି ମୁସଲମାନ ସଦସ୍ୟ ଅଛନ୍ତି। ସେହି ଗ୍ରୁପରେ ତାଙ୍କର କେତେକ ଉପଭୋକ୍ତା ଥିବା କୋଟୱାଲି ପୁଲିସ କହିଛି। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ଏନଆଇକୁ ନିର୍ଦ୍ଦେଶ ଦେଇଛି। ଘଟଣାସ୍ଥଳରେ ଏନଆଇଏ ମଧ୍ୟ ପହଞ୍ଚି ତଦନ୍ତ କରିଛି। ମହାରାଷ୍ଟ୍ର ପୁଲିସ ଠାରୁ ସବିଶେଷ ତଥ୍ୟ ନେଇ ଏନଆଇଏ ଯାଞ୍ଚ କରୁଛି। ଉମେଶ ହତ୍ୟାକାଣ୍ଡ ପଛରେ ଥିବା ଷଡ଼ଯନ୍ତ୍ର ଥିଓରୀ ଏବଂ ଅନ୍ତଜାର୍ତୀୟ ଟେରର ଲିଙ୍କକୁ ଏନଆଇଏ ତଦନ୍ତ କରୁଥିବା କେନ୍ଦ୍ର ଗୃମନ୍ତ୍ରଣାଳାୟ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ସେହିପରି ମହାରାଷ୍ଟ୍ର ଏଟିଏସ ମଧ୍ୟ ଘଟଣାର ତଦନ୍ତ କରୁଛି। ଏଟିଏସ ମଧ୍ୟ ଏହି ନାରକୀୟକାଣ୍ଡ ପଛରେ ଟେରର ଲିଙ୍କ ନେଇ ଯାଞ୍ଚ କରୁଛି ।
ମିଳିଥିବା ସୂଚନା ଅନୁଯାୟୀ ଗତ ଜୁନ୍‌ ୨୧ ତାରିଖରେ ରାତି ୧୦ରୁ ୧୦ଟା ୩୦ ମଧ୍ୟରେ ଉମେଶ ଦୋକାନ ବନ୍ଦ କରି ତାଙ୍କ ଘରକୁ ଏକ ବାଇକରେ ଫେରୁଥିଲେ। ତାଙ୍କ ସହିତ ଆଉ ଏକ ବାଇକରେ ପୁଅ ସଙ୍କେତ(୨୭) ଏବଂ ତାଙ୍କ ସ୍ତ୍ରୀ ବୈଷ୍ଣବୀ ମଧ୍ୟ ଫେରୁଥିଲେ। ଯେତବେଳେ ଏମାନେ ସମସ୍ତେ ମହିଳା କଲେଜ ଗେଟ ନିକଟରେ ପହଞ୍ଚିବା ବେଳେ ତାଙ୍କ ପଛପଟୁ ଦୁଇ ଜଣ ମୋଟରସାଇକେଲ ଆରୋହୀ ପିଛା କରି ସାମ୍ନାପଟୁ ଅଟକାଇଥିଲେ। ସଙ୍ଗେ ସଙ୍ଗେ ଜଣେ ଯୁବକ ହଠାତ୍‌ ଉମେଶଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ଚୋଟ ମାରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉମେଶ ତଳେ ପଡ଼ିଯାଇଥିଲେ। ପରେ ଉମେଶଙ୍କ ପୁଅ ସଙ୍କେତ ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ରଟିକୁ ଜବତ କରିଥିବା ବେଳେ ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରୁଛି। ଗତ ଜୁନ ୨୮ ତାରିଖରେ ଉଦୟପୁରର ଜଣେ ଦରଜୀଙ୍କୁ ଦୁଇ ଜଣ ଆତଙ୍କବାଦୀ ହତ୍ୟା କରିବା ଆଲୋଡ଼ନ ଖେଳାଇ ଦେଇଛି।

nis-ad
Leave A Reply

Your email address will not be published.