ଖରସ୍ରୋତା ନଦୀରୁ ଧରାହେଲା ଏକକାଳୀନ ୬ଟି ବଡ଼ ବଡ଼ ବିରଳ ମାଛ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଯୋକଡିଆ ଆନିକଟର ଖରସ୍ରୋତା ନଦୀରୁ ଧୀବରମାନଙ୍କ ଦ୍ଵାରା ୬ ଟି ବଡ଼ ଧରଣର ମାଛ ଧରା ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଧୀବର ମାନେ ଯୋକଡିଆ ଆନିକଟ ନିକଟରେ ନଦୀରେ ନଖା ଜାଲ କରୁଥିବା ବେଳେ ଜାଲରେ ୬ ଟି ବିରଳ ମାଛ ଧରାପଡି ଥିଲେ ।

ଏହି ମାଛକୁ ଧୀବର ମାନେ ନଦୀରୁ ଆଣି ଓଜନ କରିବା ପରେ ମାଛ ଗୋଟି ୭୨ ,୬୮ , ୬୨ , ୫୦ ,୪୮ କିଲୋ୫୦୦, ୪୮କେଜିରୁ ଉର୍ଦ୍ଧ୍ବ ଓଜନ ହୋଇଥିଲା ।

ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ ଧୀବର ମାନେ ଉକ୍ତ ମାଛକୁ କାଟି ସ୍ଥାନୀୟ ଲୋକଙ୍କୁ ବିକ୍ରି କରିଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.