ବଙ୍ଗୋପସାଗରରେ ଲଘୁଚାପ, ୪ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ଯୋଗୁ ଆସନ୍ତା ୪ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହେବାପରେ ସମଗ୍ର ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି ।

ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଆଜିଠୁ ୧୪ତାରିଖ ମଧ୍ୟରେ ୨ଟି ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି ।

ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ଗୋଟିଏ ଲଘୁଚାପ ବଳୟ କ୍ଷେତ୍ର ଜୁଲାଇ ୧ରୁ ୭ ତାରିଖ ଓ ଅନ୍ୟଟି ଜୁଲାଇ ୮ରୁ ୧୪ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ମୌସୁମୀ ବର୍ଷା ସକ୍ରିୟ ହେବ ବୋଲି ଆକଳନ କରାଯାଉଛି । ଆସନ୍ତା ୫ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼,ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଗତମାସରେ ରାଜ୍ୟରେ ସାଧାରଣ ବର୍ଷା ପରିମାଣ ତୁଳନାରେ ପ୍ରାୟ ୪୦ ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି ।

nis-ad
Leave A Reply

Your email address will not be published.