ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ସିଂହଦ୍ୱାର ସମ୍ମୁଖକୁ ଆସିଲେ ୩ ରଥ

ପୁରୀ: ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତିନି ବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ରଥଗୁଡିକୁ ସିଂହଦ୍ୱାର ସମ୍ମୁଖରେ ଅଣାଯାଉଛି । ଦକ୍ଷିଣ ମୋଡ କରାଯାଇ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ରଥକୁ ଟଣା ଯାଉଛି । ଶେଷରେ ତାଳଧୋଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯିବ ।

ପୋଲିସ ଏବଂ ଶ୍ରଦ୍ଧାଳୁ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣିଆଣୁଛନ୍ତି । ଆଜ୍ଞାମାଳ ବିଜେ ପରେ ପ୍ରଥମେ ରଥ ଖଳାରୁ ନନ୍ଦିଘୋଷ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ଏବେ ରଥଯାତ୍ରା ପାଇଁ ରଥ, ପଥ ପ୍ରସ୍ତୁତ । ତେବେ ଏବେ କେବଳ ଚତୁର୍ଦ୍ଧାମୂରତୀଙ୍କ ବିଜେକୁ ହିଁ ଅପେକ୍ଷା ରହିଛି ।

ତେବେ ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । ହେଲେ ଏଥର ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି ।

nis-ad
Leave A Reply

Your email address will not be published.