ରାଜ୍ୟରେ ଉପର ମୁହାଁ କରୋନା, ଆଜି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା ବାଲେଶ୍ଵର ଜିଲ୍ଲାରୁ- ୮, ବରଗଡ ଜିଲ୍ଲାରୁ- ୩, ଭଦ୍ରକ ଜିଲ୍ଲାରୁ- ୪, କଟକ ଜିଲ୍ଲାରୁ- ୧୬, ଢେଙ୍କାନାଳ ଜିଲ୍ଲାରୁ- ୧, ଝାରସୁଗୁଡା ଜିଲ୍ଲାରୁ- ୧, କେନ୍ଦ୍ରାପଡା ଜିଲ୍ଲାରୁ- ୧, ଖୋର୍ଦ୍ଧା ଜିଲ୍ଲାରୁ- ୬୯, ମାଲକାନଗିରି ଜିଲ୍ଲାରୁ- ୧, ମୟୂରଭଞ୍ଜ ଜିଲ୍ଲାରୁ- ୧, ପୁରୀ ଜିଲ୍ଲାରୁ- ୯, ରାୟଗଡା ଜିଲ୍ଲାରୁ- ୧, ସମ୍ବଲପୁର ଜିଲ୍ଲାରୁ- ୩, ସୋନପୁର ଜିଲ୍ଲାରୁ- ୨, ସୁନ୍ଦରଗଡ ଜିଲ୍ଲାରୁ- ୧୨ । 

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୯ ହଜାର ୭୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୮୪୯ ଏବଂ ବର୍ତ୍ତମାନ ୭୨୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

nis-ad
Leave A Reply

Your email address will not be published.