ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି, ଓଡିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି

ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି । ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ବିଶେଷକରି ଖଣିଜଶିଳ୍ପ, ହୋଟେଲ ଶିଳ୍ପ, ୟୁରିଆ ପ୍ଲାଣ୍ଟରେ ନିବେଶ ପାଇଁ ଆଗ୍ରହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ସହାୟତା ଯୋଗାଇଦେବେ ।

ଓଡ଼ିଶାେରେ ନିବେଶ ପାଇଁ ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ଭଲ ଖବର ଆସୁଛି । ପ୍ରଥମ ଥର ପାଇଁ ଦୁବାଇ ସ୍ଥିତ କମ୍ପାନୀଗୁଡ଼ିକ ମଧ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭରସା ଦେଇଛନ୍ତି ଯେ, ରାଜ୍ୟରେ ସେମାନଙ୍କ ପ୍ରକଳ୍ପ ସୁରୁଖୁରରେ ହୋଇପାରିବ ଏବଂ ବ୍ୟବସାୟ ମଧ୍ୟ ଠିକ୍ ଭାବରେ ଆଗକୁ ବଢ଼ିପାରିବ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

nis-ad
Leave A Reply

Your email address will not be published.