ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀଙ୍କ ଅଧ୍ୟକ୍ଷତାରେ ଗତକାଲି ପୁରୀର ପୂର୍ତ୍ତ ଅତିଥି ନିବାସଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରିପ୍ରେକ୍ଷୀରେ ଜନସାଧାରଣ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଭକ୍ତମାନଙ୍କ ସୁବିଧା ନିମନ୍ତେ ଶ୍ରୀଗୁଣ୍ଡିଚାଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ପୁରୀ ସହରରେ ଉତ୍ତମ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ନିରବଚ୍ଛିନ୍ନ ପାନୀୟ ଜଳ ବ୍ୟବସ୍ଥା, ଜଳ ନିଷ୍କାସନ, ପରିମଳ ପରିଚ୍ଛନ୍ନତା, ରଥଯାତ୍ରା ପରିଚାଳନା ସମୟରେ ଯାତ୍ରୀମାନଙ୍କର ସୁବିଧା ପାଇଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବା ପାଇଁ ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ପୁରୀଠାରେ ଯାନବାହନର ପାର୍କିଂ ସ୍ଥଳ ପରିଦର୍ଶନ କରି ସେସବୁର ତଦାରଖ କରିଥିଲେ। ରଥଯାତ୍ରା ପରିପ୍ରେକ୍ଷୀରେ ବିଭାଗୀୟ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ପୁରୀ ଶ୍ରୀ ମନୋଜ କୁମାର ବେହେରା , ଜେନେରାଲ ମ୍ୟାନେଜର,ୱାଟ୍‌କୋ ଶ୍ରୀ ଶରତ ଚନ୍ଦ୍ର ମିଶ୍ରଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.