ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ (୨୮/୬) : ମଙ୍ଗଳବାର ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଉପସ୍ଥିତିରେ ଶିଶୁସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ରଶ୍ମିତା କରଣ ଶିଶୁ ସୁରକ୍ଷା ନେଇ ଜିଲ୍ଲାରେ ଚାଲିଥିବା ପିଏମକେଆର, ଆଶୀର୍ବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ଜିଲାପାଳ ଆଶିଶ ଈଶ୍ୱର ପାଟିଲ ଜିଲାରେ ଶିଶୁମାନେ ଯେପରି ସୁରକ୍ଷିତ ରହିପାରିବେ, ସେମାନଙ୍କ ଉଚିତ ଯତ୍ନ ନେବାଦିଗରେ ସ୍ଵେଛା ସେବୀ ସଂଗଠନ, ଓ ଅବିଭାବକ ଓ ହଷ୍ଟେଲରେ ରହୁଥିବା ଶିଶୁ ମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦ୍ରୁଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ l ସେହିପରି ବାଲ୍ୟ ବିବାହ, ଶିଶୁ ଚାଲାଣ,ଶିଶୁ ଶ୍ରମିକ ପ୍ରତି ନଜର ରଖିବାଲାଗି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସେହିପରି ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ଜିଲାପାଳ ପାଟିଲ l ଅନ୍ୟମାନଙ୍କ ମଧ୍ୟରେ ସିଡବ୍ଲୁସି ଅଧ୍ୟକ୍ଷ ଅଶୋକ ବେହେରା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ,ଅତିରିକ୍ତ ଏସପି, ସିଡିଏମଓ,ଚା ଇଲଡ ଲାଇନ ନିର୍ଦେଶକ ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସୂଚିନ୍ତିତ ମତ ଦେଇଥିଲେ l

nis-ad
Leave A Reply

Your email address will not be published.