ସାତକୋଶିଆ କୁଶଖଲି ଜଙ୍ଗଲରେ ହାତୀଛୁଆର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ମଙ୍ଗଳବାର ଏକ ହାତୀଛୁଆର ମୃତ୍ୟୁ ହୋଇଛି। ତେବେ ସେହି ମୃତ ହାତୀର ବୟସ ୩ରୁ ୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି।
ସୂଚନାନୁସାରେ, ହାତୀ ଛୁଆଟି ରକ୍ତହୀନତାର ଶିକାର ହୋଇଥିଲା। ଏଥିପାଇଁ ବନ ବିଭାଗ ପକ୍ଷରୁ ହାତୀ ଛୁଆଟିର ସୋମବାରଠୁ ଚିକିତ୍ସା ଆରମ୍ଭ କରାଯାଇଥିଲା।

ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ ହୋଇଛି। ଏ ନେଇ ଡିଏଫ୍‌ଓ ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.