ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ଡିସିପିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କିପରି ଘଟିଲା ତାକୁ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ମାମଲାରେ ପୋଲିସ ମୃତ ରାଇମୋହନଙ୍କ ପତ୍ନୀ, ଝିଅ, ପୁତୁରା ଓ ଜ୍ୱାଇଁଙ୍କୁ ପଚରାଉଚୁରା କରିଛି । ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାଇମୋହନଙ୍କ ମୋବାଇଲ୍‌କୁ ମଧ୍ୟ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି ।

ଏହାରି ମଧ୍ୟରେ ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାଲକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି ଯେ, ‘ପରିବାର, ସାଙ୍ଗ ସାଥୀକୁ ପଚରାଉଚରା କରାଯାଇଛି ।ମାନସିକ ଚାପରେ ଥିଲେ କି ସେନେଇ ତଦନ୍ତ ଚାଲିଛି ।କିଛି ସମସ୍ୟା ନେଇ କେବେ କାହା ସହ ଆଲୋଚନା କରିଥିଲେ ତାର ତଦନ୍ତ ଚାଲିଛି । ମୋବାଇଲ ଫୋନ ଜବତ କରାଯାଇଛି, ସେଥିରୁ କିଛି ତଥ୍ୟ ମିଳିବା ଆଶା କରାଯାଉଛି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଡିସିପି କହିଛନ୍ତି ।

ସେହିପରି ରାଇମୋହନଙ୍କ ପଡ଼ୋଶୀମାନଙ୍କୁ ମଧ୍ୟ ପୋଲିସ ପଚରା ଉଚୁରା କରିବ ବୋଲି ସୂଚନା ଦେଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସ୍ପଷ୍ଟ କରିଛି । ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅଙ୍କୁ ମୋବାଇଲ୍‌ରେ ସେ ବାଏ ମେସେଜ ଲେଖିଥିଲେ । ତେବେ ପୋଲିସ ଉଭୟ ହତ୍ୟା ଓ ଆତ୍ମହତ୍ୟାକୁ ନେଇ ତଦନ୍ତ ଚଳାଇଛି ବୋଲି ସୂଚନା ଦେଇଛନ୍ତି ଜୋନ୍‌-୫ ଏସିି ହିମାଂଶୁ ସ୍ୱାଇଁ । ମୃତ୍ୟୁ ପୂର୍ବରୁ ରାଇମୋହନଙ୍କ ପରିବାରରେ ପାରିବାରିକ ଗଣ୍ଡଗୋଳ ଲାଗିଥିଲା କି ? ଏମିତି ଏକ ପ୍ରଶ୍ନକୁ ନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.