ଫୁଲବାଣୀ ସହରରେ ଚାଲିଛି ବ୍ରାଉନ ସୁଗର କାରଵାର : ଅଭିଯୁକ୍ତ ଗିରଫ…


ଫୁଲବାଣୀ:-ଆଜିକନ୍ଧମାଳ ଜିଲ୍ଲା ସ୍ତାନୀୟ ପେଞ୍ଜିସାହି ନିକଟରୁ ଜବତ କଲା ଟାଉନଥାନା ପୋଲିସ ୩.୫୯୦ ଗ୍ରାମର ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ ୮୦,୦୦୦ଟଙ୍କା। ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲାରେ ବ୍ରାଉନ ସୁଗାର ଜବତ କରିଛି ଫୁଲବାଣୀ ଟାଉନ ପୋଲିସ । ଏ ସଂକ୍ରାନ୍ତରେ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଯାହା ସୂଚନା ମିଳିଛି ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳର ସ୍ବର୍ଗତ ଭଗବାନ ମହାପାତ୍ରଙ୍କ ପୁଅ ସପନ ମହାପାତ୍ର l ସପନ ପାଖରୁ ପୋଲିସ ୩. ୫୯୦ଗ୍ରାମ ବ୍ରାଉନସୁଗାର ଜବତ କରିଛି l ଯାହାର ମୁଲ୍ୟ ପାଖାପାଖି ୮୦,୦୦୦ଟଙ୍କା ହେବ ।ସପନ ଖୋରଧା ଅଂଚଳରୂ ଆଣିଥିବା କହିଛି lଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି lପୋଲିସ 103/27/06/22ଧାରା 21(a)ଆକ୍ଟରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।ଏହି ବ୍ରାଉନ ସୁଗାର କନ୍ଧମାଳ ଜିଲ୍ଲାକୁ କେମିତି ଆସିଲା ଓ ଏହି ବ୍ରାଉନ ସୁଗାର ବ୍ୟବସାୟ ରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାକୁ ତଦନ୍ତ କରୁଥିବା କହିଛନ୍ତି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ।

nis-ad
Leave A Reply

Your email address will not be published.