ମାଲକାନଗିରି ଜିଲ୍ଲା ରେ ଶ୍ରମିକ ମାରଣ ନୀତି : ମନେରେଗା କାମରେ ମହା ଦୁର୍ନୀତି,ଶ୍ରମିକଙ୍କ ବଦଳରେ ମେସିନ କରୁଛି କାମ…

ଠିକାଦାର ସରକାରୀ ବାବୁଙ୍କ ଗେଲ୍ହା ପୁଅ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାଯତ ଏମ୍ଭି ୩୨ ଗ୍ରାମର ଏକ ପୋଖୋରୀଟିକୁ ପୁନଃ ଉଧାର କରିବା ପାଇଁ ଏବଂ ଏମ୍ଭି ୩୨ ଗ୍ରାମର ତଳସାହି ଠାରୁ ବଡ ପୋଖରୀକୁ ଯିବାପାଇଁ ଏକ ରାସ୍ତା କାମକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ କାମଟି କରିବା ପାଇଁ କାମ ଯୋଗାଇ ଦିଆ ଯାଇଥିଲା କିନ୍ତୁ ଦୁଃଖର ବିଷୟ ଉକ୍ତ କାମ ଦୁଇଟିକୁ ଶ୍ରମିକ କରିବା ବଦଳରେ ମେସିନରେ କାମ କରୁଥିବା ଦେଖିବାକୁ ମିଳିଥିଲା । ପୋଖରୀଟିକୁ ଶ୍ରମିକ ବଦଳରେ ମେସିନ ଦ୍ଵାରା ଖୋଳୁଥିବା ବେଳେ ଉକ୍ତ ପୋଖରୀର ମାଟିକୁ ବାହାର କରି ଗାଡି ସାହାଯ୍ୟରେ ନେଇ ସେହି ଗ୍ରାମରେ ହେଉଥିବା ରାସ୍ତା କାମରେ ଲଗାଉଥିବା ଦେଖିବାକୁ ମିଳିଛି । ତେବେ ସରକାରଙ୍କ ନିର୍ଦେଶ ଆନୁସରେ ଉକ୍ତ କାମକୁ ସ୍ଥାନୀୟ ଶ୍ରମିକ ମାନେ କରିବା କଥା, କିନ୍ତୁ ସେହି କାମକୁ ଶ୍ରମିକ ବଦଳରେ ମେସିନ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆମେ କୋରୁକୋଣ୍ଡା ଗ୍ରାମାପଞ୍ଚାୟତ ଅଧିକାରୀ ନାରାୟଣ ହଂ।ସଦ।ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ, ପ୍ରଥମେ ଶ୍ରୀ ହଂସଦା କହିଥିଲେ ଯେ ଏବିଷୟରେ ଅବଗତ ନାହାଁନ୍ତି, ବୁଝିସାରି ପ୍ରତିକ୍ରିୟା ରଖିବେ । କିନ୍ତୁ ପରେ ଆମେ ଲଗାତର ଦୁଇଦିନ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ହେଲେ ତାହା ସମ୍ଭବ ହୋଇ ନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନଥିଲା । ପରେ ଆମେ ଉକ୍ତ କାର୍ଯ୍ୟ ତଦାରଖ କରୁଥିବା କନିଷ୍ଠ ଯନ୍ତ୍ରି ଶୁଭେନ୍ଧୁ ମହାନ୍ତିଙ୍କୁ ଯୋଗ ଯୋଗ କରିଥିଲୁ । କିନ୍ତୁ ନୂତନ ଭାବେ ଦାଇତ୍ଵ ନେଇଥିବାରୁ ଏନେଇ ସେ ଆବଗତ ନଥିବା କହିବା ସହ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବେ ଏବଂ ଯଦି ଉକ୍ତ କାର୍ଯ୍ୟର ବିଲ ହୋଇଥାଏ ତେବେ ତାହାକୁ ରିକଭରି କରାଇବାକୁ ଚେଷ୍ଟା କରିବି ବୋଲି ପ୍ରତିଶୃତି ଦେଇଛନ୍ତି ।

nis-ad
Leave A Reply

Your email address will not be published.