କ୍ଳାଟ୍‌ ପରୀକ୍ଷାରେ ଆଞ୍ଚଳିକ ଟପ୍ପର ହେଲେ ଓଡ଼ିଆ ପୁଅ ଅନମୋଲ

ଜାତୀୟ ସ୍ତର ପ୍ରବେଶିକା ପରୀକ୍ଷାରେ କମାଲ କଲେ ଓଡ଼ିଆ ପୁଅ । କମନ୍‌ ଲ ଆଡମିସନ ଟେଷ୍ଟ ବା କ୍ଳାଟ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅନମୋଲ ସାଇ । ଯାଜପୁର ବିଂଝାରପୁର ଅରେଇ ବରମପୁର ଗାଁ’ର ରାଜୀବ ମହାନ୍ତି ଓ ମମତା ସାମଲଙ୍କ ପୁଅ ଅନମୋଲ ସାଇ ଏହି ଗରବମୟ ସଫଳତା ହାସଲ କରିଛନ୍ତି । ସେ ସାରା ଦେଶରେ ସେ ୩୯ତମ ସ୍ଥାନରେ ଥିବା ବେଳେ ଓଡିଶା, ବିହାର, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟ ସମୂହରେ ପ୍ରଥମ ସ୍ଥାନରେ ରହିଛନ୍ତି।

ଅନମୋଲଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ପଛରେ ପରିବାର ଲୋକଙ୍କ ବିଶେଷ ହାତ ଥିବା ପ୍ରତିକ୍ରିୟା ଦେଇଛନ୍ତି ଅନମୋଲ।

nis-ad
Leave A Reply

Your email address will not be published.