ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ୨ ପୁରୁଷ ବନ୍ଧୁଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ଵର: ଗତ ୧୯ ତାରିଖ ଦିନ ହୋଇଥିବା ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ରହସ୍ୟ ବଢିବାରେ ଲାଗିଛି । କେଉଁ କାରଣ ପାଇଁ ଏପରି ଚରମ ନିଷ୍ପତ୍ତି ରଶ୍ମିରେଖା ନେଲେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ରଶ୍ମିରେଖାଙ୍କ ୨ ପୁରୁଷ ବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ମୁହାଁମୁହିଁ ଜେରା କରୁଛି ନୟାପଲ୍ଲୀ ଥାନା ପୋଲିସ୍ ।

ଉଭୟଙ୍କୁ ମୁହାଁମୁହିଁ ଜେରା କଲେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ପୁର୍ବରୁ ମଧ୍ୟ ଏକାକୀ ଭାବେ ଦୁଇ ଜଣଙ୍କୁ ଜେରା କରାଯାଇଥିଲା । ହେଲେ କିଛି ସ୍ପଷ୍ଟ ସୁଚନା ମିଳି ପାରି ନଥିଲା ।

nis-ad
Leave A Reply

Your email address will not be published.