ଖଲ୍ଲିକୋଟ ରେ ମେଗା ଚକ୍ଷୁ ଚିକିତ୍ସା ଶିବିର,ଏକ ବର୍ଷରେ ପରଳ ମୁକ୍ତ ହେବ ଏନ ଏ ସି…

ଖଲ୍ଲିକୋଟ : ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଓ ସମରଝୋଳ ସ୍ତିତ ଶଙ୍କର ଚକ୍ଷୁ ଚିକିଛ|ଳୟ ର ମିଳିତ ସହଯୋଗ ରେ ଖଲ୍ଲିକୋଟ ଯୁବ ରାଜ ବଙ୍ଗଳା ପରିସର ରେ ଏକ ମେଗା ଚକ୍ଷୁ ଚିକିଛା ଶିବିର ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଶିବିର କୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଉଦ୍ଘାଟନ କରିଥିବା ବେଳେ ଆୟୋଜକ ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା ଓ ସମିତି ଅଧକ୍ଷ ଦୈତାରୀ ବେହେରା ଖଲ୍ଲିକୋଟ ରାଣୀ ଙ୍କ ପ୍ରତିନିଧି ଡ଼ଃ ସଂ|କେତ ରାମ|ରାଓ ବିଜେଡି ସଭାପତି ଗଙ୍ଗାଧର ତ୍ରିପାଠୀ ,ନଗର ବିଜେଡି ସଭାପତି narendra କୁମାର ପାତ୍ର ଉପ – ନଗରପାଳ ଲିଲି ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନଗରପାଳ ଶ୍ରୀ ବେହେରା ଆଗାମୀ ଏକ ବର୍ଷ ଭିତରେ ଖଲ୍ଲିକୋଟ ଏନ ଏ ସି କୁ ପରଳ ମୁକ୍ତ କରାଯିବ| ପାଇଁ ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରିଥିଲେ l ଶଙ୍କର ଚକ୍ଷୁ ଚିକିଛ|ଳୟ ର ଜେନେରାଲ ମ୍ୟାନେଜର ଆନନ୍ଦ ରମଣ କ୍ୟାମ୍ପ ପରିଚାଳକ ଚିତ୍ରସେନ ଗୌଡ଼ ଓ ଭାଗ୍ୟଲତ| ଗୌଡ଼ ,ଭଗବାନ ପଣ୍ଡା ,କାମେଶ୍ୱରୀ ,ହୃଷିକେଶ ଗୋପାଳ ,ଦୀପକ ସେଠି ,ହରପ୍ରିୟା ,ରାମଚନ୍ଦ୍ର ସାହୁ ପ୍ରମୁଖ ଟେକନିସିଆନ ଓ କର୍ମଚାରୀ ମାନେ ଶିବିରକୁ ଆସିଥିବା ଚକ୍ଷୁ ରୋଗୀ ମାନଙ୍କୁ ଚିକିଛା କରି ୮୮ ଜଣ ରୋଗୀ ଙ୍କର ପରଳ ପରୀକ୍ଷା କରିବା ପରେ ୪୧ ଜଣ ପରଳ ରୋଗୀ ଚିହ୍ନଟ ହୋଇଥିଲା l ସେହିପରି ୩୦ ଜଣ କଳା ମୋତିଆ ବିନ୍ଦୁ ରୋଗୀଙ୍କୁ ପରୀକ୍ଷା ପରେ ଦୁଇ ଜଣ କଳା ମୋତିଆ ବିନ୍ଦୁ ରୋଗୀ ଚିନ୍ହିତ ହୋଇଥିଲେ l ମାସର ପ୍ରତ୍ୟକ ଦ୍ୱିତୀୟ ଓ ତୃତୀୟ ରବିବାର ଦିନ ପରଳ ଚିକିଛ| ଅନୁଷ୍ଠିତ ହେବ ତେଣୁ ଏନ ଏ ସି ସବୁ ସାମାଜିକ ସଂଗଠନ ଓ କାଉନ୍ସିଲ୍ର ଆଶା ,ଅଙ୍ଗନବାଡି ଓ ସ୍ୱଚ୍ଛ ସାଥି ମାନେ ଆବଶ୍ୟକ ସହଯୋଗ ପାଇଁ ନଗରପାଳ କାମନା କରିଥିଲେ l

nis-ad
Leave A Reply

Your email address will not be published.