ହସ୍ପିଟାଲର ୮ ମହଲା ଉପରୁ ଡେଇଁ ପଡ଼ିଲେ ରୋଗୀ

କୋଲକାତା: ହସ୍ପିଟାଲର ୮ ମହଲା ଉପରୁ ଡେଇଁ ପଡିଲେ ରୋଗୀ। କୋଲକାତା ମଲ୍ଲିକ ବଜାର ସ୍ଥିତ ନ୍ୟୁରୋ ସାଇନ୍ସ ହସ୍ପିଟାଲରେ ଘଟିଛି ଏଭଳି କିଛି ଘଟଣା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳୁ ଜଣେ ମାନସିକ ରୋଗୀ ହସ୍ପିଟାଲର ଝରକା ଦେଇ ୮ମ ମହଲାର ବାଲକୋନୀରେ ପହଞ୍ଚିଥିଲେ। ବ୍ୟକ୍ତି ଜଣକ ହସ୍ପିଟାଲ୍‌ର ଏତେ ଉଚ୍ଚ ସ୍ଥାନରେ ଅସୁରକ୍ଷିତ ଅବସ୍ଥାରେ ନଥିବା ଜାଣିବା ପରେ ପୁଲିସ୍‌, ଅଗ୍ନିଶମ ବାହିନୀ ଓ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସମସ୍ତେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେ କାହାକୁ ବି ତ‌ାଙ୍କ ପାଖକୁ ଯିବାକୁ ଦେଇନଥିଲେ।
ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ସିଡ଼ି ସାହାଯ୍ୟରେ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ତଳକୁ ଓହ୍ଲାଇବାକୁ ପ୍ରସ୍ତୁତ ନଥିଲେ। ସେ ବାରମ୍ବାର ସେଠାରୁ ଡେଇଁ ପଡିବାକୁ ଧମକ ଦେଉଥିଲେ। ଶେଷରେ ଦେଢ଼ ଘଣ୍ଟା ହାଇ ଭୋଲଟେଜ୍ ଡ୍ରାମା ପରେ ସେ ବାଲକୋନିରୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ‘ଅତ୍ୟଧିକ ଗୁରୁତର ଆହତ’ ହୋଇଛନ୍ତି। ତାଙ୍କ ଖପୁରୀ ଏବଂ ବାମ ହାତରେ ଗୁରୁତର ଆଘାତ ଲାଗିଥିବା ଡାକ୍ତରଖାନାର ଜଣେ ଅଧିକାରୀ କହିଛନ୍ତି।
ପ୍ରକୃତରେ ଆଜି ସକାଳ ୧୧ଟା ବେଳେ ହସ୍ପିଟାଲର ବାଲକୋନିରେ ଏହି ରୋଗୀଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଥିଲା। ଯେତେ ଚେଷ୍ଟା କରିଥିଲେ ବି ସେ ତଳକୁ ଓହ୍ଲାଇବାର ନାଁ ଧରୁନଥିଲେ। ଏହି ଖବର ଜଣାପଡିବା ପରେ ହସ୍ପିଟାଲ ବାହାର ପ୍ରବଳ ଭିଡ ଜମିଯାଇଥିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ଦଳକଳ ବିଭାଗ ପକ୍ଷରୁ ତଳେ ଜାଲ ଏବଂ ଗଦି ମଧ୍ୟ ବିଛା ଯାଇଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।
ଏହି ରୋଗୀ ଜଣକ ହେଉଛନ୍ତି ସୁଧୀର ଅଧିକାରୀ। ସେ ଅପରାହ୍ନ ପ୍ରାୟ ୧.୧୦ ସମୟରେ ଉପରୁ ତଳକୁ ଖସିଥିଲେ। ସେ ତଳକୁ ଖସିବା ସମୟରେ ମଝିରେ ୨ ଥର ହସ୍ପିଟାଲ୍‌ର କୋଣରେ ପିଟି ହୋଇ ତଳେ ପଡ଼ିଥିଲେ।

nis-ad
Leave A Reply

Your email address will not be published.