ଛାତ୍ରୀ ନିଖୋଜ ଘଟଣା : ପୁରୁଷବନ୍ଧୁଙ୍କ ସହ ସ୍ୱିଟି ପଶ୍ଚିମବଙ୍ଗରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁଙ୍କ ସହ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପୋଲିସ ସହାୟତା ନେଲା ଜିଆରିପି । ବୁଧବାର ସୁଇଟ୍‌ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଯୋଗେ କୋଲାକାତାରୁ ଭୁବନେଶ୍ଵର ଆସିଥିଲେ ।

ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ଵର ରେଳଷ୍ଟେସନ୍ରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମା’ଙ୍କୁ ଫୋନ୍‌ କରି ଭୁବନେଶ୍ଵରରେ ପହଞ୍ଚିବା ଜଣାଇଥିଲେ । ପ୍ରାୟ ଅଧ ଘଣ୍ଟା ପରେ ସେ ହଷ୍ଟେଲରେ ପହଞ୍ଚିଲେଣି କି ନାହିଁ ବୁଝିବା ପାଇଁ ମା’ ତାଙ୍କୁ ଫୋନ୍‌ କରିଥିଲେ । ହେଲେ ଫୋନ୍‌ ସୁଇଚ ଅଫ୍‌ ଥିଲା । ପରିବାର ଲୋକେ ଆଶଙ୍କା କରି ସ୍ୱିଟିଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ଵର ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା । ପରେ ପରେ ସେମାନଙ୍କୁ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.