ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କଟକ: ରାସ୍ତାକଡକୁ ଓଲଟିଲା ସ୍କୁଲ ବସ୍‌ । ମୃତ୍ୟୁମୁଖରୁ ବଞ୍ଚିଲେ ୫ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ଚୌଦ୍ଵାର ମଣ୍ତାପଡା ରାସ୍ତାର ପୋଟଳେଇ ମନ୍ଦିର ନିକଟରେ । ସୂଚନା ଅନୁସାରେ, ଆଜି(ଶନିବାର) ସକାଳ ସମୟରେ ଉତ୍କଳ ଇଣ୍ଟରନେସନାଲ ସ୍କୁଲର ଏକ ଘରୋଇ ବସ୍‌ ପିଲାଙ୍କୁ ନେବା ପାଇଁ ମଣ୍ଡାପଡ଼ା ଯାଉଥିଲା । ମାତ୍ର ପୋଟଳେଇ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ସୌଭାଗ୍ୟବଶତଃ ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ । ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଦୁର୍ଘଟଣାଗ୍ରସ୍ତ ବସ୍‌ରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶେଷ ଖବର ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିଲେ ।

nis-ad
Leave A Reply

Your email address will not be published.