କବର ଖୋଳି ପୁଅର ମୃତ ଦେହକୁ ମାଗିଲେ ପରିବାର ଲୋକେ, ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: କବର ଖୋଳି ପୁଅର ମୃତ ଦେହକୁ ହସ୍ତାନ୍ତର ପାଇଁ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାଳୟ ରାଜି ହୋଇଛନ୍ତି। ୨୦୨୧ରେ ଆତଙ୍କବାଦୀ ସନ୍ଦେହରେ ପୁଲିସ ତାଙ୍କୁ ଏନକାଉଣ୍ଟର କରିଥିଲା। ଏଥିରେ ତାର ମୃତ୍ୟୁ ଘଟିଥିଲା। ଏବେ ତାର ବିଧି ଅନୁଯାୟୀ ଅନ୍ତିମ ସଂସ୍କାର ଲାଗି ମୃତଦେକୁ ମାଗିଛନ୍ତି ପରିବାର ଲୋକେ। ଜଷ୍ଟିସ ସିଏସ ରବି କୁମାର ଏବଂ ସୁଧାଂଶୁ ଢୋଲିଆ ଦୁଇଜଣିଆ ଖଣ୍ଡପୀଠ ମାମାଲାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ମୃତକଙ୍କ ବାପା ମହମ୍ମଦ ଲାତିଫେ ମାଗ୍ରେଙ୍କ ତରଫରୁ ଆଡଭୋକେଟ୍‌ ଆନନ୍ଦ ଗ୍ରୋଭର ପ୍ରତିନିଧିତ୍ୱ କରୁଛନ୍ତି। ଆନନ୍ଦ କହିଛନ୍ତି ଯେ, ମୃତ ଦେହକୁ ପ୍ରଥମେ ହସ୍ତାନ୍ତ କରିବାକୁ ଜମ୍ମୁ କଶ୍ମୀର ହାଇକୋର୍ଟର ଜଣିକିଆ ବେଞ୍ଚ ରାଜି ହୋଥିଲେ। କିନ୍ତୁ ପରେ ଡିଭିଜନ୍‌ ବେଞ୍ଚ ଏହା ଉପରେ ରୋକ ଲଗାଇଥିଲେ। ଆନନ୍ଦ କହିଛନ୍ତି ଯେ, ତାଙ୍କ ମହକିଲ ସାରା ଜୀବନ ସେନାକୁ ସମର୍ଥନ କରି ଆସିଛନ୍ତି।
ସେ କେବଳ ତାଙ୍କ ପୁଅ ଆମିର ମାଗ୍ରେଙ୍କ ଅନ୍ତିମ ସଂସ୍କାର ପାଇଁ ଶବ ନେବାକୁ ଦାବି କରିଛନ୍ତି। ଏନକାଉଣ୍ଟରରେ ଅନ୍ୟ ୩ ଜଣକ ସହ ଆମିରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏ ସମ୍ପର୍କରେ ପୂର୍ବରୁ ସୁପ୍ରିମକୋର୍ଟର ଅନେକ ରାୟ ରହିଛି। ଯାହା ତାଙ୍କ କ୍ଲାଏଣ୍ଟକୁ ସପକ୍ଷରେ ରହୁଛି ବୋଲି ଆଡଭୋକେଟ ଆନନ୍ଦ କହିଛନ୍ତି । ତେବେ ଜୁନ୍ ୨୭ ତାରିଖରେ ମାମଲା ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ପରିବାର ପକ୍ଷରୁ ଜମ୍ମୁ କଶ୍ମୀର ଏବଂ ଲଦାଖ ହାଇକୋର୍ଟରେ ଅବେଦନ କରିଥିଲେ । ଆମିର ମାଗ୍ରେଙ୍କ ମୃତ ଦେହକୁ ହସ୍ତାନ୍ତର ପାଇଁ ଜଣିକିଆ ବେଞ୍ଚ ରାଜି ହୋଇଥିଲେ ମଧ୍ୟ ଡବଲ ବେଞ୍ଚ ଜୁନ୍‌ ୩ ତାରିଖରେ ଖାରଜ କରିଦେଇଥିଲେ।
ଗତ ମେ’ ୨୭ ତାରିଖରେ ମାଗ୍ରେଙ୍କ ମୃତ ଦେହକୁ ଖୋଳିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଜମ୍ମୁ-କଶ୍ମୀର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। କୋର୍ଟ ଏହା ବି କହିଥିଲେ ଯେ ଯଦି ଶବ ପଚିଷଢ଼ିଯାଇଥାଏ ଏବଂ ଏହାକୁ ବାହାର କରିବା ସାଧାରଣ ସ୍ୱାସ୍ଥ୍ୟ ପାଇଁ ଅନୁପଯୋଗୀ ହୋଇଥାଏ ତେବେ ଯେଉଁ ସ୍ଥାନରେ କବର ଦିଆଯାଇଛି ସେଠାରେ କେବଳ ପରିବାର ଲୋକଙ୍କୁ ପରମ୍ପରା ଅନୁଯାୟୀ ଅନ୍ତିମ ସଂସ୍କର କରିବାକୁ ସୁଯୋଗ ମିଳିବ। ଯେହେତୁ ପାବାରକୁ ଅନ୍ତିମ ସଂସ୍କାର ପାଇଁ ସୁଯୋଗ ମିଳିନି ତେଣୁ ତାଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ ନଭେମ୍ବର ୧୫ ତାରିଖରେ ହୋଇଥିବା ଏହି ଏନକାଉଣ୍ଟରରେ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନେ ସମସ୍ତେ ଆତଙ୍କବାଦୀ ଥିଲେ ବୋଲି ପୁଲିସ କହିଛି।

nis-ad
Leave A Reply

Your email address will not be published.