ଜଙ୍ଗଲରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ହୋଇଥିବା ସୂଚନା

ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଶାଳବଣୀ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ତେବେ ମୃତ ମହିଳାଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ଦୁଇରୁ ତିନି ଦିନ ପୂର୍ବେ କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରି ଏହି ନିଛାଟିଆ ଜଙ୍ଗଲରେ ପକାଇ ଦେଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

nis-ad
Leave A Reply

Your email address will not be published.