ଚୋରଙ୍କ ଅମରାବତୀ ସାଜିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ : ପୋଲିସ କୁ ଚ୍ୟାଲେଞ୍ଜ ଦେଇ ଦିନ ବ୍ୟବଧାନରେ ହେଉଛି ଚୋରୀ…!

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ

ବ୍ରହ୍ମପୁର : ବ୍ରହ୍ମପୁର ସହର ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରି,ଡକାୟତି, ବେଆଇନ ମଦ ବେପାର, ଏବଂ ଅନେକ ଅପରାଧ ହେଉଥିବା ସ୍ଥଳେ ଏହି କ୍ଷେତ୍ରରେ ବହୁ ପାଦରେ ଆଗରେ ରହିଛି ବୈଦ୍ୟନାଥପୁର ଥାନା ଅଞ୍ଚଳ ଏହା ଚୋର ଓ ମଫିଆ ମାନଙ୍କ ଅମରାବତୀ କହିଲେ କିଛି ଭୁଲ ହେବ ନାହିଁ, କିଛି ଦିନ ହେଲା ପୋଲିସ ର ନିଦ ହଜାଇ ଦେଇଛନ୍ତି ଅପରାଧୀ ମାନେ l ଦିନ ବ୍ୟବଧାନ ରେ ଏହି ଅଞ୍ଚଳ ରେ ଚୋର ମାନେ ଦୋକାନ ବଜ଼ାର ଏବଂ କୌଣସି ଘରେ କେହି ନଥିବା ର ସୁଯୋଗ ନେଇ ଚୋରି ଜାରି ରଖିଛନ୍ତି l ଦିନ ରାତି ପୋଲିସ ପେଟ୍ରଲିଙ୍ଗ ଏବଂ ଯେତେ ସତର୍କ ରହିଲେ ମଧ୍ୟ ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯିବା ଦେଖିବାକୁ ମିଳୁଛି, ଯାହାକି ପୋଲିସ ର ପାରିବା ପଣ ପ୍ରତି ଜନ ସାଧାରଣ ଆଙ୍ଗୁଠି ଉଠାଇଲେଣି l ଜନସାଧାରଣ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିବାରେ ଲାଗିଲାଣି l ସୂଚନା ଥାଉକି ପୁଣି ବୈଦ୍ୟନାଥପୁର ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଫାଣ୍ଡି ଠାରୁ ମାତ୍ର ୨00 ମିଟର ଦୂର କେଶବନଗର ଦ୍ୱତୀୟ ଲାଇନ ରେ ଥିବା ଏକ ଆଇସକ୍ରିମ ଦୋକାନ କୁ ଚୋର ମାନେ ଟାର୍ଗେଟ କରି ଚୋରୀ କରିଛନ୍ତି ଯାହାକି ଦୋକାନୀ ମାଲିକ ଅମିତ କୁମାର

ପଟନାୟକ ଥାନା ରେ ଅଭିଯୋଗ କରିଛନ୍ତି l ମିଳିଥିବା ସୂଚନା ପ୍ରକାରେ, ବୁଧବାର ରାତି ରେ ଅମିତ ଦୋକାନ ବନ୍ଦ କରି ଘର କୁ ଯାଇଥିଲେ l ଗୁରୁବାର ଦିନ ସକାଳ ୧0 ଟା ରେ ଦୋକାନ ଖୋଲିବା ପାଇଁ ଯେତେବେଳେ ଆସି ଦେଖିଲେ ଯେ ତାଙ୍କ ଦୋକାନ ର ଚାବି ଭଙ୍ଗା ଯାଇଛି ଏବଂ ଭିତରକୁ ଯାଇ ଯାଞ୍ଚ କରିବା ବେଳେ ଦୋକାନ ରେ ଥିବା ଲାପଟପ, ପ୍ରିଣ୍ଟର ଏବଂ ନିଜର କିଛି ଅର୍ଥ ପ୍ରାୟ ୩0,000 ଟଙ୍କା ଚୋରି ହେଇଥିବା ଦେଖିବାକୁ ପାଇଥିଲେ l ସଙ୍ଗେ ସଙ୍ଗେ ସ୍ଥାନୀୟ ବୈଦ୍ୟନାଥପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ l ଥାନାରେ ଏତଲା ପରେ ଘଟଣାସ୍ଥଳ ରେ ଏସ ଆଇ ବିଭୁତି ଭୂଷଣ ସେଠି ଆସି ଘଟଣା ସମ୍ପର୍କ ରେ ପଚାରି ବୁଝିଥିଲେ l ଏବଂ ଛାନ ଭିନ୍ନ ଜାରିରଖିଛନ୍ତି l ସୂଚନା ଥାଉକି ଏହି ଅଞ୍ଚଳ ରେ ଥିବା କିଛି ବ୍ୟବସାୟୀ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ଙ୍କୁ ପେଟ୍ରୋଲିଙ୍ଗ କୁ ନେଇ ଅଭିଯୋଗ କରିଥିଲେ ଏହି କ୍ଷେତ୍ରରେ ବ୍ରହ୍ମପୁର ଏସ ପି ଙ୍କୁ ମଧ୍ୟ ଅବଗତ କରାଇ ଥିଲେ କାରଣ ବୈଦ୍ୟନାଥପୁର ଥାନା ଅଞ୍ଚଳ ରେ ଲାଞ୍ଜିପଲ୍ଲୀ ଅଞ୍ଚଳ ହେଉଛି ବହୁତ ସ୍ପର୍ଶ କାତର ଅଞ୍ଚଳ l ପୋଲିସ ଫାଣ୍ଡି ନିକଟରୁ ଚୋରି ହେଇଥିବା ଏହା ପୋଲିସ କୁ ଖୋଲା ଚାଲେଞ୍ଜ ନୁହେଁକି..? କିଛି ଦିନ ବ୍ୟବଧାନ ଏହି ଭଳି ଚୋରୀ ଲୋକଙ୍କ ନିଦ ହଜାଇ ଦେଲାଣି, ଚୋର ପୋଲିସ ର ଲୁଚ କାଳି ଖେଳରେ ବଳି ପଡ଼ୁଛନ୍ତି ନିରୀହ ଜନସାଧାରଣ, ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ବି ଲାଭ ହେଉନି ଏଥି ପ୍ରତି ବ୍ରହ୍ମପୁର ପୋଲିସ ଜିଲ୍ଲା ପ୍ରଶାସନ ଗଭୀରତା ସହିତ ଚିନ୍ତା କରିବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ଓ ଜନ ସାଧାରଣ ଦାବୀ କରିଛନ୍ତି ନିୟମିତ ପେଟ୍ରୋଲିଙ୍ଗ ହେବା ସହିତ କିଭଳି ଏହି ଚୋର ଙ୍କ ଠାରୁ ରକ୍ଷା ପାଇବେ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି, ଏଭଳି ନହେଉ ବୈଦ୍ୟନାଥପୁର ଥାନାର ଅପାରଗତା ଦାଣ୍ଡରୁ ଯାଇ ହାଟରେ ନପଡୁ…

nis-ad
Leave A Reply

Your email address will not be published.