ବୁଲେର ପିକପ ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଦାରିଙ୍ଗବାଡ଼ି (୨୩/୦୬) : ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଢୁସାରିଗାଁର ବ୍ରାଡିମାହା ବୁଲାଣିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଗାନ୍ଦରଗୁଡି ରାସ୍ତା ନିର୍ମାଣରେ ନିୟୋଜିତ ଥିବା ବୁଲେର ପିକପ ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆହତ ଦୁଇଜଣ ହେଲେ ସନପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ଗସାପାଙ୍ଗା ଗ୍ରାମର ଚନ୍ଦ୍ର ମୁଠାମାଝୀ ଓ ଗଦାପୁର ଗ୍ରାମପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମ ୧୫ ନଂ ୱାଡ଼ ସଭ୍ୟା ମଧୁସ୍ମିତା ମାଝୀ। ଚନ୍ଦ୍ର ମୁଠାମାଝୀ ର ଝଙ୍ଘରେ ଗୁରୁତ୍ୱର ଆଘାତ ହୋଥିବାରୁ ପ୍ରାୟ ଦଶଟି ଟିଚ ପଡିଥିବା ଜଣାପଡିଛି। ସେହିଭଳି ଝିଞ୍ଜିରିଗୁଡା ବୁଲାଣିରେ କିରମା ଗ୍ରାମର ଅଭିଷେକ ଛାଟିଆ ଓ ରଞ୍ଜନ ନାୟକ ମୋଟର ସାଇକେଲ ଭାରସାମ୍ୟ ହରାଇ ଵିଲମାଳରେ ପଡି ଖଣ୍ଡିଆ ଖାବରା ଅବସ୍ଥାରେ ଡାକ୍ତଖାନାରେ ପହଞ୍ଚି ପ୍ରାଥମିକ ଚିକିଶ୍ଚିତ ହୋଇ ନିଜ ଗାଁକୁ ଯାଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.