ରେରା ଆଇନ୍‌କୁ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ, ୨୨/୦୬: ଆଗକୁ ନୂତନ ରେରା ଆଇନ କାର୍ଯ୍ୟକାରୀ ହବ । ଆଗାମୀ ୩ ମାସ ମଧ୍ୟରେ ଏହି ସଂଶୋଧିତ ରିଅଲ ଇଷ୍ଟେଟ ଆଇନ ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆପାର୍ଟମେଣ୍ଟ ବିକ୍ରୀ ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜିକରଣ ବାଧ୍ୟତାମୂଳକ କରିଥିଲେ ହାଇକୋର୍ଟ । ଗତ ମେ ୧୨ ତାରିଖରେ ଏ ନେଇ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରୀ ବନ୍ଦ ରହିଛି ।

ତେବେ ସଂଶୋଧିତ ଆଇନ୍ ଲାଗୁ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆଜି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର । ମଧ୍ୟବର୍ତ୍ତୀ ସମୟରେ ଆପାର୍ଟମେଣ୍ଟ ବିକ୍ରୀ ପାଇଁ ଅନୁମତି ଦେବାକୁ ବିଲଡର ଆସୋସିଏସନ ପକ୍ଷରୁ ଆବେଦନ କରାଯାଇଛି । କିନ୍ତୁ ଉକ୍ତ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି । ଅଗଷ୍ଟ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

nis-ad
Leave A Reply

Your email address will not be published.