ଦ୍ରୌପଦୀ ମୁର୍ମୁଙ୍କୁ ୨୪ ଘଣ୍ଟିଆ ‘ଜେଡ୍ ପ୍ଲସ୍’ ସୁରକ୍ଷା

ନୂଆଦିଲ୍ଲୀ,୨୨/୬ : NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦୌପଦୀ ମୁର୍ମୁଙ୍କୁ ୨୪ ଘଣ୍ଟିଆ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ସରକାର ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ତାଙ୍କ ନିରାପତ୍ତା ନିମନ୍ତେ ‘ସିଆର୍ ପିଏଫ୍ ‘ କମାଣ୍ଡୋ ମୁତୟନ କରାଯାଇଛି ।

ତେବେ ‘ଜେଡ୍ ପ୍ଲସ୍ ‘ ସୁରକ୍ଷା ହେଉଛି କେନ୍ଦ୍ର ସରକାରଙ୍କ ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା।

ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ଏହି ‘ଜେଡ୍ ପ୍ଲସ୍ ‘ ସୁରକ୍ଷାରେ ୧୫୦ରୁ ଅଧିକ ଯବାନ ନିୟୋଜିତ ରହିବେ । ଏମାନଙ୍କ ମଧ୍ୟରେ ୧୦ ଜଣ ଏନ୍‌ଏସ୍‌ଜି କମାଣ୍ଡୋ ଓ ୫ଟି ବୁଲେଟ୍‌ ପ୍ରୁଫ୍‌ ଗାଡି ରହିବ । ବାକି ସବୁ ସିଆରପିଏଫ୍‌ର ଯବାନ ରହିବେ ।

nis-ad
Leave A Reply

Your email address will not be published.