କୋଣାର୍କକୁ ରେଳସଂଯୋଗ ପାଇଁ ଖୁବଶୀଘ୍ର ସର୍ଭେ କରାଯିବ : କେନ୍ଦ୍ର ରେଳମନ୍ତ୍ରୀ

ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ । ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ସଂଯୋଗ କରାଯିବ ସେ ନେଇ ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ ହେବ । ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି ।

ଏହାସହ ବିଲଡିଂଟି ୨୦୦ରୁ ୩୦୦ କିଲୋମିଟର ବେଗର ବାତ୍ୟା ସହିବା ଭଳି କରାଯିବ । ପୁରୀରେ ଏୟାରପୋର୍ଟ ହେବାକୁ ଥିବାରୁ ପୁରୀ ଓ ଭୁବନେଶ୍ୱର ମଝିରେ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରାଯିବ ବୋଲି ସେ କହିଛନ୍ତି । ତେବେ ଏଥର ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ଓ ଟ୍ରେନ୍ ପାଇଁ ମୋବାଇଲ୍ ଟିକେଟ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.