ଚୋରି ହୋଇଥିବା ୧୦୮ ମୋବାଇଲ ଫେରାଇଲେ କମିସନରେଟ ପୁଲିସ

ଭୁବନେଶ୍ବର: କମିସନରେଟ୍ ପୁଲିସର ପ୍ରଶଂସନୀୟ ଉଦ୍ୟମ । ଚୋରି ହୋଇଥିବା ୧୦୮ମୋବାଇଲକୁ ପୁଲିସ ଉଦ୍ୟମରେ ଫେରିପାଇଲେ ବ୍ୟବହାରକାରୀ । ଏହି ଉପଲକ୍ଷେ ଭୁବନେଶ୍ଵର ଡିସିପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ମୋବାଇଲ ମେଳା । ଏହି ମେଳାରେ ଉପସ୍ଥିତ ଥିଲେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରକାଶ ପାଲ୍ ।

ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଲୋକଙ୍କ ଲାଇଫ ଲାଇନ୍ ପାଲଟିଛି ମୋବାଇଲ । ପ୍ରତିଦିନ ମୋବାଇଲ ହଜିବା ନେଇ ସଂଖ୍ୟାଧିକ ଅଭିଯୋଗ ଆସୁଛି । ବ୍ୟବହାରକାରୀଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦେଇ ମେଳା ମାଧ୍ୟମରେ ଚୋରି ହୋଇଥିବା ମୋବାଇଲକୁ ଠାବ କରି ଚୋରି ହୋଇଥିବା ମୋବାଇଲ ଫେରିଛି । ସେପଟେ ମୋବାଇଲ ଫେରି ପାଇବା ପରେ କମିସନରେଟ୍ ପୁଲିସକୁ ଧନ୍ୟବାଦ୍ ଦେଇଛି ରାଜଧାନୀ ବାସିନ୍ଦା।

nis-ad
Leave A Reply

Your email address will not be published.