ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା, ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କଲେ ପୀଡିତା

ଧାମନଗର: ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ କରୁଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତ ପତ୍ନୀ ଥାନାକୁ ଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଉକ୍ତ ଥାନା ଅଞ୍ଚଳରେ ରୁମାଲି ଦାଶ (ଛଦ୍ମାନମ) ୭ ବର୍ଷ ପୂର୍ବେ ପୁରୀ ଜିଲ୍ଲା ନୀଳଚକ୍ର ନଗର ଗ୍ରାମର ଭକ୍ତ ବଲ୍ଲଭ ମିଶ୍ରଙ୍କ ପୁଅ ଦୀପକ ମିଶ୍ରଙ୍କୁ ବିବାହ କରିଥିଲେ ।

ବିବାହର ୪ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏହି ମାମଲା ଥାନା ଓ ପରେ କୋର୍ଟକୁ ଯାଇଥିଲା । ସେହି ବିବାଦ ସହ ଏବେ ଉଭୟ ପତ୍ନୀ-ପତି ପରସ୍ପର ବିରୋଧରେ ବୟାନ ବାଜି ଆରମ୍ଭ କରିଛନ୍ତି ।

ରୁମାଲି ଅଭିଯୋଗ ଆଣିଛନ୍ତି, ଜୈନିକ ଏକ ପୁରୁଷ ବନ୍ଧୁଙ୍କ ସହ ପିଲାଦିନର ଏକ ନିଛାଟିଆ ଘରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ତାଙ୍କ ପୁରୁଷ ବନ୍ଧୁ ଉତ୍ତୋଳନ କରି ଭାଇରାଲ କରିଥିଲେ । ଅନ୍ୟପଟେ ମୋ ପିଲାଦିନର ପୁରୁଷ ବନ୍ଧୁ ଓ ମୋ ସ୍ୱାମୀ ଚକ୍ରାନ୍ତକରି ମୋତେ ବଦନାମ କରୁଛନ୍ତି । ସୂଚନା ଥାଉକି ମୋ ସ୍ୱାମୀ ଏବେ ଅନ୍ୟ ଏକ ସ୍ତ୍ରୀ ସହ ସମ୍ପର୍କ ରଖି ମୋତେ ଏପରି ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ରୁମାଲି ଧାମନଗର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.