ପୁଣି ବୈଦ୍ୟନାଥପୁର ପୋଲିସ କୁ ଖୋଲା ଚାଲେଞ୍ଜ : ଚୋର ଙ୍କ ପାଇଁ ଅଞ୍ଚଳ ବାସୀ ଅସୁରୁକ୍ଷିତ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ

ବ୍ରହ୍ମପୁର : ପୁଣି ଥରେ ବୈଦ୍ୟନାଥପୁର ଅଞ୍ଚଳ ରେ ଚୋରୀ କିଛି ଦିନ ବ୍ୟବଧାନ ରେ ପୁଣି ଅଂଚଳରେ ଚୋରୀ ଯାହାକୁ ନେଇ ଲୋକଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ସିଧା ଭାବରେ ପୋଲିସ ର ଢିଲା ପେଟ୍ରୋଲିଙ୍ଗ କୁ ଦାୟୀ କରିଛନ୍ତି l ସୂଚନା ଥାଉକି ବୈଦ୍ୟନାଥପୁର ଥାନା ଅଞ୍ଚଳ ଅନ୍ତର୍ଗତ ବିଦ୍ୟୁତ କଲୋନୀ ରେ ଥିବା ଶିବ ମନ୍ଦିର ଥିବା ହୁଣ୍ଡୀ କୁ ଟାର୍ଗେଟ କରିଛି ଚୋର lମୁଖ୍ୟ ଫଟକ ର ଚାବି କୁ ବଡ ଚତୁରତାର ସହ ଭାଙ୍ଗି ଭିତରେ ପ୍ରବେଶ କରି ମନ୍ଦିର ର ତିନୋଟି ହୁଣ୍ଡୀ କୁ ଭାଙ୍ଗି ସେଥିରେ ଥିବା ଟଙ୍କା ପଇସା ଏବଂ ମନ୍ଦିର ରେ ଲାଗିଥିବା ପିତଳ ର ବଡ ଘଣ୍ଟି କୁ ନେଇ ସେଠାରୁ ଚାଲି ଯାଇଛନ୍ତି,
ବୈଦ୍ୟନାଥପୁର ଥାନା ଅଞ୍ଚଳ ରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ ର ଢିଲା ପ୍ରଶାସନ ଓ ପେଟ୍ରୋଲିଙ୍ଗ ହିଁ ଏଥି ପାଇଁ ଦାୟୀ l କିଛି ଦିନ ହେଲାଣି ଇଂଜିନିୟରିଙ୍ଗ ଛକ ନିକଟ ବର୍ତ୍ତି ଅଞ୍ଚଳ ଚୋରଙ୍କ ଚରାଭୂଇ ପାଲଟିଛି l ପୋଲିସ କିଛି ମାତ୍ରାରେ ସଫଳତା ପାଇଥିଲେ ମଧ୍ୟ ଚୋରୀ ହେବା କମିବାର କମୁ ନାହିଁ ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ର ପତ୍ରେ ଯିବା ଦେଖା ଯାଉଛି l ମନ୍ଦିର କମିଟି ଅଭିଯୋଗ କଲା ପରେ ଥାନା ଅଧିକାରୀ ରାମ କୁମାର ମୁର୍ମୁ ଙ୍କ ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ l ଏହି ଚୋରୀ ଘଟଣା ପାଇଁ ଗୋଟିଏ ଟିମ ଗଠନ କରାଯାଇଛି ଏବଂ ଚୋର କୁ ବହୁତ ଶୀଘ୍ର ଧରା ଯିବ ବୋଲି ବୈଦ୍ୟନାଥପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଅନ୍ୟପଟେ ଥାନା ପାଇଁ ଭଲ ଗାଡି କିମ୍ବା ପେଟ୍ରୋଲିଙ୍ଗ ପାଇଁ ଭଲ ମୋଟର ସାଇକେଲ ନଥିବା ହେତୁ ପେଟ୍ରୋଲିଙ୍ଗ ଠିକ ଭାବେ ହୋଇ ପାରୁନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l ଏଥି ପ୍ରତି ବ୍ରହ୍ମପୁର ଆରକ୍ଷୀ ଅଧିକାରୀ ଧ୍ୟାନ ଦେଲେ ଅଞ୍ଚଳ ରେ କ୍ରମାଗତ ଭାବରେ ଲାଗି ରହିଥିବା ଚୋରି ନିହାତି କମିବା ସହ ଅଞ୍ଚଳ ବାସୀ ସୁରକ୍ଷିତ ଭାବେ ରହିପାରିବେ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ଦାବୀ ଜଣାଇ ଛନ୍ତି l

nis-ad
Leave A Reply

Your email address will not be published.