ପ୍ରାକୃତିକ ବିପର୍ଯ୍ୟୟ କୁ ନେଇ ପ୍ରସ୍ତୁତି ବୈଠକ।…

ମାଲକାନଗିରି : ଜିଲ୍ଲା ସ୍ତରୀୟ ଟେବୁଲଟପ ଏକ୍ସରସାଇଜ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପାରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ର ପୂର୍ବ ପ୍ରସ୍ତୁତି / ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପ୍ରସ୍ତୁତି କିପରି ସଠିକ ଭାବେ ମୁକାବିଲା କରାଯାଇ ପାରିବ ସେହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ତ ବିଭାଗକୁ ଏହି ବିପର୍ଯ୍ୟୟକୁ ସତର୍କତାର ସହିତ ମୁକାବିଲା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ବିପର୍ଯ୍ୟୟ ବୈଠକରେ ଜିଲ୍ଲା ପରିଷଦ ଅଧକ୍ଷ, ଆରକ୍ଷୀ ଅଧିକ୍ଷକ, ଡିଏଫଓ, ପ୍ରକଳ୍ପ ନିର୍ଦ୍ଦେଶକ, ଉପଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଓଡ୍ରଫ ଟିମ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ସମସ୍ତ ଏନଜିଓ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଉପସ୍ତିତ ରହି ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ଡେପୁଟି କଲେକ୍ଟର ( ଜରୁରୀ ବିଭାଗ ) ଏହି ବୈଠାକୁ ପରିଚାଳନା କରିବା ସହ ଶେଷରେଧନ୍ୟବାଦ ଅର୍ପଣ ସଭା ସାଙ୍ଗ କରାଯାଇଥିଲା ।

nis-ad
Leave A Reply

Your email address will not be published.